ଉଡାବାଲିରେ ଉଡିଲା ତ୍ରିରଙ୍ଗା

ଉଡାବାଲିରେ ଉଡିଲା ତ୍ରିରଙ୍ଗା
Samaya Live News Picture
Published On

ଭଦ୍ରକ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଉଡାବାଲି ଦ୍ବୀପରେ ପତାକା ଉତ୍ତୋଳନ । ଭଦ୍ରକ ଜିଲା ଧାମରା ବନ୍ଦର ନିକଟସ୍ଥ ଉଡ଼ାବାଲି ଦ୍ବୀପରେ ଉଡ଼ିଛି ତ୍ରିରଙ୍ଗା । ଉପକୂଳ ସୁରକ୍ଷା ଓ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ୍ବାଇ ବି ଖୁରାନିଆ । ଯାହାର ପ୍ରକୃତ ନାମ ହେଲା କନିକା ବାଲି ଦ୍ୱୀପ । ମାଛ ମାରିବା ବେଳେ ବାଲି ଉଡ଼ିବା ଯୋଗୁ ଏହାର ନାମକରଣ ଉଡାବାଲି ହୋଇଥିଲା । ଏହି ଦ୍ୱୀପ ଧାମରା ବନ୍ଦରରୁ ସାମୁଦ୍ରିକ ପଥରେ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ। 

ଏହି ଦ୍ୱୀପ ପଶ୍ଚିମ ବଙ୍ଗଠାରୁ ୧୭୦ କିଲୋମିଟର ଦୂର ହୋଇଥିବାରୁ ଏହି ଉଡ଼ା ବାଲିକୁ ନିଜର ଦାବି କରିଥିଲା ଓ ଓଡ଼ିଶାରେ ଯେମିତି ବନ୍ଦର ନ ହେବ ସେ ନେଇ ଭରପୂର ଚେଷ୍ଟା କରିଥିଲା ପଶ୍ଚିମବଙ୍ଗ । ଧାମରା ବନ୍ଦର ଓ ଉଡା ବାଲି ଭଦ୍ରକ ଜିଲା ଚାନ୍ଦବାଲି ଅଧୀନରେ ରହିଛି। ଉପକୂଳ ସୁରକ୍ଷା ଦୃଷ୍ଟିରୁ ଏହି ଦ୍ୱୀପ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜି ଏହି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଓ୍ବାଇ ବି ଖୁରାନିଆ। ଅଖଣ୍ଡ ଓଡ଼ିଶା ଗଠନ ଓ ଉପକୂଳ ସୁରକ୍ଷା ପାଇଁ ଏହି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ନିଶ୍ଚିତ ଉତ୍ସାହଜନକ । ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟାୟ କ୍ରମେ୧୩ଟି ଦ୍ବୀପ ପୁଞ୍ଜରେ ତ୍ରିରଙ୍ଗା ଉଡ଼ିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ପ୍ରତି ମାସରେ ମେରାଇନ ପୋଲିସ ଉପକୂଳ ସୁରକ୍ଷା ପାଇଁ ରାଷ୍ଟ୍ର ବିରୋଧୀଙ୍କ ଉଦ୍ଦେଶ୍ୟରେ ଦ୍ବୀପପୁଞ୍ଜରେ ପାଟ୍ରୋଲିଂ ହେବ। ଉପକୂଳ ସୁରକ୍ଷା ପାଇଁ ତଥା ଉଡ଼ା ବାଲି ଦ୍ୱୀପ ପାଇଁ ଚଳିତ ବର୍ଷ ୨୨ କୋଟି ଏବଂ ସାମୁଦ୍ରିକ ପୋଲିସ କ୍ଷମତା ବଢ଼ାଇବା ପାଇଁ ଅତିରିକ୍ତ ୧୫୦ କୋଟି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। 

 

Tags: