ଆସନ୍ତା ୩୧ରେ ରତ୍ନଭଣ୍ଡାର ଗଣତି

ଆସନ୍ତା ୩୧ରେ ରତ୍ନଭଣ୍ଡାର ଗଣତି
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳି ଅନୁଯାୟୀ ଗଣତି କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବ ପର୍ବନୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଓ ସହାୟତା କାମନା କରାଯାଇଛି । ଗଣତି ସମୟରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଓ ତଥ୍ୟ ଯାଞ୍ଚ କରାଯିବ। ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣକୁ ନେଇ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ।

ଏବେ ନିର୍ଦ୍ଧାରିତ ତାରିଖରେ ଗଣତି କାର୍ଯ୍ୟ ହେବାକୁ ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ସେବକ ଓ ଭକ୍ତମହଲରେ ଉତ୍ସୁକତା ବଢ଼ିଛି। ପୂର୍ବରୁ ୨୦୨୬ ମାର୍ଚ୍ଚ ୨୫ରୁ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା । ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ରତ୍ନ ଭଣ୍ଡାର ଓ ଏବେ ଭିତର ଭଣ୍ଡାର ଗଣତି କାର୍ଯ୍ୟ ଜାରି ରହିଛି । ପୂର୍ବରୁ ମୋଟ ଉପରେ ପ୍ରାୟ ୫୭ ଘଣ୍ଟା ୮ ମିନିଟ୍ ଗଣତି କାର୍ଯ୍ୟ ହୋଇଥିଲା । ଗତ ରଥଯାତ୍ରା ସମୟରେ ଅର୍ଥାତ୍ ଜୁଲାଇ ୧୯ ତାରିଖରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ୯ ଅଳଙ୍କାରର ଗଣତି ହୋଇଥିଲା ।

 

Tags: