ବୃଦ୍ଧଙ୍କୁ ଖାଇଗଲା ବାଘ

ବୃଦ୍ଧଙ୍କୁ ଖାଇଗଲା ବାଘ
Samaya Live News Picture
Published On

ମୟୁରଭଞ୍ଜ : ନରଭକ୍ଷୀ ବାଘ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ଖଣ୍ଡିଆ ଗୋଡ଼ ପଡିଥିବା ଦେଖିବାକୁ ମିଳିଛି । ମଣିଷର ଅଧା ଦେହକୁ ଖାଇ ବାଘ ଚାଲିଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତି ଜଣକ ଯଶିପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ। ଗତକାଲିଠାରୁ ସେ ଗାଁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇ ବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି  ।

ସୂଚନାନୁସାରେ, ସାଧୁ ନାଏକ ରବିବାର ସକାଳୁ ଛେଳି ନେଇ ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରିନଥିଲେ । ସନ୍ଧ୍ୟାରେ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ।ତେବେ ସୋମବାର ସକାଳୁ ତାଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା । ଏହାସହ ତାଙ୍କର ଲୁଙ୍ଗି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

 

 

Tags: