ଘରେ ଯାଇ ପଢ଼ାଇବେ ଶିକ୍ଷକ
By: Samaya Live News
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପିଲା ସ୍କୁଲ ନ ଆସିଲେ ଏଣିକି ଘରକୁ ଯାଇ ପଢ଼ାଇବେ ସାର । ଲଗାତାର ୭ ଦିନ ଧରି ଯଦି ପିଲା ସ୍କୁଲରେ ଅନୁପସ୍ଥିତ ରହେ ,ତେବେ ଘରକୁ ଯାଇ ପଢ଼ାଇବେ ସାର । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ ବୁଝିବେ । ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି । ପିଲାମାନଙ୍କୁ ସ୍କୁଲ ପ୍ରତି ନିୟମିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ସଂଖ୍ୟା ହ୍ରାସ, ବାଲ୍ୟ ବିବାହ ଏବଂ ଯୌନ ଶୋଷଣ ଭଳି ସମସ୍ୟାକୁ ଏଡ଼ାଇବାକୁ ଶିକ୍ଷା ନିର୍ଦ୍ଦେଶାଳୟ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସମ୍ବନ୍ଧିତ ଖବର ହାଇୱା ଚଢ଼ିଯାଇ ମା' ମୃତ ପୁଅ ଗୁରୁତର
ସମ୍ବନ୍ଧିତ ଖବର ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ,ମତ୍ସ୍ୟଜୀବୀଙ୍କୁ ବାରଣ
Tags:



