ରାଗିଂ କରି ତଣ୍ଡ ଗଣିଲେ ଭିସୁଟ୍‌ ଛାତ୍ର

ରାଗିଂ କରି ତଣ୍ଡ ଗଣିଲେ ଭିସୁଟ୍‌ ଛାତ୍ର
Samaya Live News Picture
Published On

ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି l ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି l ଆଣ୍ଟି ରାଗିଂ ସେଲ୍ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ତଦନ୍ତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି l

୪ ଜଣ ବରିଷ୍ଠ ଛାତ୍ର, ଜଣେ କନିଷ୍ଠ ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ l ଘଟଣାଟି ୧୫ ଦିନ ତଳେ ଘଟିଥିବା କହିଲେ ଭିସୁଟ କୂଳପତି ପ୍ରଫେସର ଦୀପକ କୁମାର ସାହୁ।

Tags: