ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ କାହାଣୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ କାହାଣୀ
Samaya Live News Picture
Published On

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ସ୍ଥାନ ପାଇଛି । ମହିଳାଙ୍କ ପାଇଁ ମୈଥିଲୀ ଜଣେ ପ୍ରେରଣା ବୋଲି କହିବା ସହ ତାଙ୍କ ଜୀବନ ଓ ଜୀବିକାରେ ଆସିଥିବା ପରିବର୍ତ୍ତନର କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ତାଙ୍କ ଅସାଧାରଣ ନେତୃତ୍ୱ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ​

ଡେବ୍ରୀଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଇକୋ-ଟୁରିଜିମର ପରିଚାଳନା ଦାୟିତ୍ୱ ସ୍ଥାନୀୟ ମହିଳାମାନଙ୍କ ହାତକୁ ଯିବା ପଛରେ ମୈଥିଲି ଭୁଏଙ୍କର ପ୍ରମୁଖ ଭୂମିକା ରହିଛି । ଦିନେ ମୈଥିଲୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ। ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଉତ୍ପାଦ ବିକ୍ରି କରି ସେ ପରିବାର ଚଳାଉଥିଲେ । ତେବେ ଇକୋ-ଟୁରିଜିମ୍‌ ସହ ଯୋଡ଼ି ହେବା ପରେ ତାଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇଛି । ଏହା ତାଙ୍କ ଜୀବନରେ ନୂଆ ଆଶା ଓ ସମ୍ଭାବନା ଆଣିଦେଇଛି  ।

ମୈଥିଲୀଙ୍କ ଏହି ସଫଳତା କେବଳ ତାଙ୍କ ଜୀବନକୁ ବଦଳାଇନାହିଁ, ବରଂ ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରଣା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଙ୍ଗଲ କେବଳ ଜୀବନର ନୁହେଁ, ଜୀବିକାର ମଧ୍ୟ ଆଧାର । ଜଙ୍ଗଲକୁ ସୁରକ୍ଷା ଦେବା ସହ ଏହାର ସମ୍ବଳକୁ ସୁଚାରୁ ଭାବେ ବ୍ୟବହାର କରି ମୈଥିଲୀ ରୋଜଗାରର ଏକ ନୂଆ ବାଟ ଦେଖାଇଛନ୍ତି ।

Tags: