ଆସନ୍ତା କାଲି ନେତାଜୀ ଜୟନ୍ତୀ,ପରାକ୍ରମ ଦିବସ ପାଳିବ ରାଜ୍ୟ
ଭୁବନେଶ୍ୱର : ଆସନ୍ତାକାଲି ନେତାଜୀ ଜୟନ୍ତୀ । ଏହି ଦିବସକୁ ସରକାରଙ୍କ ତରଫରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ କଟକ ଓଡିଆବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ ଓ ସଂଗ୍ରହାଳୟକୁ ସୁସଜ୍ଜିତ କରାଯାଇଛି। ଗ୍ୟାଲେରୀରୁ ଆରମ୍ଭ କରି ଉଦ୍ୟାନ ଯାଏ ସବୁଠି ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ।
ଏହି ଅବସରରେ ନୂଆକରି ଉଦଘାଟନ ହେବ ପୋଷ୍ଟଲ ଗ୍ୟାଲେରୀ ସହ ନେତାଜୀଙ୍କ ନାମରେ ନାମିତ ଜିଲ୍ଲା ସଂସ୍କୃତି ଭବନ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନଙ୍କ ସହ ରାଜ୍ୟପାଳ ଡ଼ଃ ହରିବାବୁ କମ୍ବମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ।
ଏହାସହ ରାଜ୍ୟ ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା ଶିବିର ମଧ୍ୟ ଅନୁଷ୍ଠିତ ହେବ। ସକାଳ ୭.୩୦ ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂସ୍କୃତି ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Tags:




