ରାଜ୍ୟରେ ୨୯ ହଜାର ଟନ୍‌ ସାର ମହଜୁଦ ଅଛି - ମନ୍ତ୍ରୀ

ରାଜ୍ୟରେ ୨୯ ହଜାର ଟନ୍‌ ସାର ମହଜୁଦ ଅଛି - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ସାରକୁ ନେଇ ଚାଷୀଙ୍କ ଚିନ୍ତା ଭିତରେ ସରକାରଙ୍କ ପକ୍ଷରୁ ଆସିଛି ବଡ଼ ସୂଚନା । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍‌ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍‌ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି । ସେହିପରି ୧୪୨୬ ଟନ୍‌ ସାର ଡିଲରମାନଙ୍କୁ ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ପ୍ରାୟ ୨୯ ହଜାର ଟନ୍‌ ସାର ଷ୍ଟକ ରହିଛି ।

ସାରର କଳାବଜାରୀ ଓ ନକଲି ସାର ବିକ୍ରି ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ସହ କଳାବଜାରୀ ଉପରେ ନଜର ରଖାଯାଉଛି । ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । କଳାବଜାରୀ କିମ୍ବା ନକଲି ସାର ବିକ୍ରି ଧରାପଡ଼ିଲେ ସମ୍ପୃକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

Tags: