ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ଭରଣା କରିବେ ରାଜ୍ୟ ସରକାର

ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡିକରେ ଦୂର ହେବ ମଧ୍ୟାହ୍ନ ଭୋଜନ ପାଇଁ ଆର୍ଥିକ ସମସ୍ୟା। ସୁରୁଖୁରୁରେ ଚାଲିବ ମଧ୍ୟାହ୍ନ ଭୋଜନ(ପିଏମ ପୋଷଣ) ଯୋଜନା। କେନ୍ଦ୍ର ସରକାର ଏ ବାବଦକୁ ଅର୍ଥ ଦେଉ ନ ଥିବାରୁ ପ୍ରଥମ ତ୍ରୟମାସିକ(କ୍ୱାର୍ଟର)ର ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଧ୍ୟ ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତାକାଲି ବିଭିନ୍ନ ଆକାଉଣ୍ଟକୁ ବାକିଥିବା ଅର୍ଥ ଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ […]

Samaya Live Picture
Published On

ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡିକରେ ଦୂର ହେବ ମଧ୍ୟାହ୍ନ ଭୋଜନ ପାଇଁ ଆର୍ଥିକ ସମସ୍ୟା। ସୁରୁଖୁରୁରେ ଚାଲିବ ମଧ୍ୟାହ୍ନ ଭୋଜନ(ପିଏମ ପୋଷଣ) ଯୋଜନା। କେନ୍ଦ୍ର ସରକାର ଏ ବାବଦକୁ ଅର୍ଥ ଦେଉ ନ ଥିବାରୁ ପ୍ରଥମ ତ୍ରୟମାସିକ(କ୍ୱାର୍ଟର)ର ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଧ୍ୟ ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତାକାଲି ବିଭିନ୍ନ ଆକାଉଣ୍ଟକୁ ବାକିଥିବା ଅର୍ଥ ଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ ଏପ୍ରିଲ ମାସରୁ ବକେୟା ଥିବା ଅର୍ଥ ଆସନ୍ତାକାଲି ବିଭିନ୍ନ ଆକାଉଣ୍ଟକୁ ଯିବ । ୫ ମାସ ହେଲା ଶିକ୍ଷକମାନଙ୍କୁ ମିଳି ନଥିବା ଟଙ୍କା ଶୁକ୍ରବାର ଭରଣା ହେବ। ମଧ୍ୟାହ୍ନ ଭୋଜନ ବାବଦକୁ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ(ପିଏମ୍‍ ପୋଷଣ) ବାବଦ ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦-୪୦ ଅନୁଦାନ ଅନୁପାତରେ ଏହା ପରିଚାଳିତ ହେଉଛି। ପ୍ରାଥମିକ ସ୍ତରରେ ୫ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ୮ଟଙ୍କା ୧୦ ପଇସା ପିଲାଙ୍କ ପିଛା ଅର୍ଥ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯୋଗାଇବାର ପ୍ରାବଧାନ ରହିଛି।
ଏମଡିଏମ ବାବଦକୁ ଚାଉଳ କେନ୍ଦ୍ର ସରକାର ଯୋଗାଇ ଦିଅନ୍ତି। ମାତ୍ର ଏପ୍ରିଲ ମାସରୁ ଦୀର୍ଘ ୫ ମାସ ହେଲା ବାକିରେ ଚାଲିଛି ମଧ୍ୟାହ୍ନ ଭୋଜନ ଯୋଜନା ଚାଲିଛି। ଚଳିତ ଆର୍ଥିକ ବର୍ଷରୁ ଶିକ୍ଷକମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କାଟିଏ ଦିଆଯାଇନି। ଶିକ୍ଷକମାନେ ନିଜ ପକେଟ୍‍ରୁ ଏବାବଦ ଅର୍ଥ ଭରଣା କରୁଛନ୍ତି। ତେବେ ପିଏଫଏମଏସ୍‍(ପବ୍ଲିକ ଫାଇନାନ୍ସ ମେନେଜମେଣ୍ଟ ସିଷ୍ଟମ) ଭଳି ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ପାଇଁ ଏହି ସମସ୍ୟା ସୃଷ୍ଟି ହେଉଥିବା କେନ୍ଦ୍ର ସରକାର ଦର୍ଶାଉଥିବାବେଳେ ପ୍ରାୟ ୩ ମାସ ହେଲା ରାଜ୍ୟ ସରକାର ଏନେଇ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି। ପିଏଫଏମଏସ୍‍ ପାଇଁ ସମସ୍ତ ପ୍ରକ୍ରିୟା ସରିଥିଲେ ମଧ୍ୟ ଏମଡିଏମ ବାବଦ ଅର୍ଥ ଟଙ୍କାଟିଏ କେନ୍ଦ୍ରରୁ ଆସିନି। କେନ୍ଦ୍ର ସରକାର ପିଏଫଏମଏସ୍‍ ଆଳରେ ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲୁଛନ୍ତି। ତେଣୁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର୍‍ ବାବଦ ଅର୍ଥ ରାଜ୍ୟ ସରକାର ବହନ କରିବେ।

 

ରାଜ୍ୟର ୪୦ ପ୍ରତିଶତରର ଆର୍ଥିକ ଅନୁଦାନ ସହ କେନ୍ଦ୍ରର ୬୦% ଅର୍ଥକୁ ମିଶାଇ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ। କେନ୍ଦ୍ର ସରକାରଙ୍କ ନିକଟରୁ ଏବାବଦ ଅର୍ଥ ଆସିଲେ ଏହାକୁ ଭରଣା କରାଯିବ। ଆସନ୍ତାକାଲି ବିଭିନ୍ନ ଆକାଉଣ୍ଟକୁ ବକେୟା ଟଙ୍କା ଯିବାକୁ ଥିବାବେଳେ ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଏମଡିଏମର ରାଜ୍ୟ ନୋଡାଲ ଅଧିକାରୀ ରଘୁରାମ ଆୟର ସୂଚନା ଦେଇଛନ୍ତି।