ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
Samaya Live News Picture
Published On

ଭୁବନେଶ୍ୱର : ଗୃହରେ ଲାଗି ରହିଛି ଏସସିବି ତାତି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୧ଟା ଯାଏଁ ଗୃହକୁ ମୁଲତବୀ ରହିଛି । ଏହାସହ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଏସସିବି ଘଟଣା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଲଗାତାର ୪ଦିନ ଧରି ଗୃହରେ ହଙ୍ଗାମା ଲାଗି ରହିଛି । ଆଜି ମଧ୍ୟ ଗୃହରେ ବିରୋଧୀ ସଦସ୍ୟମାନେ ନାରାବାଜି କରି ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ ଜଣାଇଥିଲେ। ମେଡିକାଲରେ ରୋଗୀଙ୍କ ସୁରକ୍ଷା ନେଇ ହେଉଥିବା ସମସ୍ୟାକୁ ନେଇ ସରକାର ତତ୍କାଳ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ,ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ବିଜେଡି ଓ କଂଗ୍ରେସର ବିଧାନସଭା ଚଳାଇ ଦେବାରେ ମାନସିକତା ନାହିଁ'। ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମିଛ ଡ୍ରାମା କରୁଛନ୍ତି ବିରୋଧୀ । ନବୀନ ଫାଉଣ୍ଡେସନ କଥା ଲୁଚାଇବା ପାଇଁ ମିଛ ସୁଆଙ୍ଗ କରୁଛନ୍ତି ବିରୋଧୀ'। ଆଜି ମୁଲତବି ପ୍ରସ୍ତାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଥାନ୍ତେ । SCB ଘଟଣାରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ମୃତକଙ୍କ ପାଇଁ ସରକାରଙ୍କର ଯଥେଷ୍ଟ ସମବେଦନା ଅଛି । ସେପଟେ ଆଜି ଏସ୍ସିବିରେ ଫାକ୍ଟ ଫାଇଣ୍ଡିଂ ଟିମ ପହଂଚି ଘଟଣାର ଅନୁଧ୍ୟାନ କରୁଛି ।

 

Tags: