ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି
Samaya Live News Picture
Published On

ଭୁବନେଶ୍ୱର : ଗୃହରେ ଏସସିବି ତାତି I ଗତ ୧୭ ତାରିଖ ଠାରୁ ଲଗାତାର ଗୃହରେ ଅଚଳାବସ୍ଥା ଜାରି ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଲାଗିରହିଛି । ସେହିପରି ଆଜି ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସ୍ଥିତି ସୁଧାରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଜି ପ୍ରଶ୍ନକାଳ ଆରମ୍ଭରୁ ହିଁ ବିଜେଡି, କଂଗ୍ରେସ ଏବଂ ସିପିଏମ ବିଧାୟକମାନେ ଏକଜୁଟ ହୋଇ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଗୃହ କାର୍ଯ୍ୟରେ କୌଣସି ସହଯୋଗ ମିଳିନଥିଲା। ବିରୋଧୀ ସଦସ୍ୟମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। କେବଳ ଗୃହ ଭିତରେ ନୁହେଁ, ବରଂ ବିଧାନସଭା ବାହାରେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଗୃହ ପରିଚାଳନାକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି। 

 

Tags: