ସ୍ଥିତିରେ ଆସିବ ସୁଧାର ,ବନ୍ୟାଞ୍ଚଳ ଗସ୍ତ କରିବେ ରାଜସ୍ବ ମନ୍ତ୍ରୀ

ସ୍ଥିତିରେ ଆସିବ ସୁଧାର ,ବନ୍ୟାଞ୍ଚଳ ଗସ୍ତ କରିବେ ରାଜସ୍ବ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ବନ୍ୟା ସ୍ଥିତି ନେଇ ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଲୋକସେବା ଭବନ ର ରାଜସ୍ବ ଓ ବିପର୍ଯୟ ପରିଚାଳନା ସମ୍ମିଳନୀ କକ୍ଷରୁ ଭିସି ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଆସନ୍ତା ୩ ଦିନ ଯାଏଁ ବର୍ଷା ନାହିଁ । ତେବେ ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳୀରେ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ସମ୍ଭାବନା ଅଛି । କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେ ଜଳ ପହଞ୍ଚିଲାଣି । ସେଣ୍ଟ୍ରାଲ୍ ୱାଟର କମିଶନ୍ ପାଖରୁ ରିପୋର୍ଟ ଅନୁସାରେ ମୁଣ୍ଡଳୀରେ ଜଳସ୍ତର ୱର୍ଣୀ ଲେବୁଲ୍ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି। ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି । ଆଖୁଆପଦାଠରେ ବିପଦ ସଂକେତ ତଳେ ରହିଛି ବୈତରଣୀ ନଦୀର ଜଳସ୍ତର । ଉପର ମୁଣ୍ଡରେ ବର୍ଷା କମିଛି, ବୈତରଣୀରେ ବନ୍ୟା କମୁଛି । ଯାଜପୁର ଜିଲାରେ ୨ଟି ଘାଇ ହୋଇଛି । ବନ୍ୟାରେ ୫ ଲକ୍ଷ ୨୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ବନ୍ୟା ପାଣି କମିଲେ ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲାପାଳଙ୍କୁ ଦେଲା ରାଜସ୍ୱ ବିଭାଗ । କେତେ ଚାଷ ଜମି ନଷ୍ଟ ହୋଇଛି , କେତେ ଘର ଭାଙ୍ଗିଛି ତାର ରିପୋର୍ଟ ଦେବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶ । କିଛି ସମୟ ମଧ୍ୟରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅରବିନ୍ଦ ପାଢ଼ୀ, ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଭଦ୍ରକ,ବାଲେଶ୍ୱର ଓ ଯାଜପୁର ପରିଦର୍ଶନ କରି ସ୍ଥିତି ଦେଖିବେ।

 

Tags: