ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥକାଠ ଅନୁକୂଳ
By: Samaya Live News
ବାରିପଦା : ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ପରମ୍ପରା ଅନୁସାରେ ଏହି ଦିନ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥକାଠ ଅନୁକୂଳ ହୋଇଥାଏ । ଆଜି ଶ୍ରୀକ୍ଷେତ୍ର ପୁରୀ ସହିତ ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ପାରମ୍ପରିକ ରୀତିନୀତି ଅନୁସାରେ ଶୁଭ ମୁହୂର୍ତ୍ତରେ ରଥ ମହାରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ରଥକାଠ ଅନୁକୂଳ ପାଇଁ ବନଗମନ କରିଥିଲେ । ବନ ବିଭାଗ ପକ୍ଷରୁ ମିଳିଥିବା ଅନୁମତି ଅନୁସାରେ ବାରିପଦା ସହର ନିକଟସ୍ଥ ଗୌଡଡିହ ସଂରକ୍ଷିତ ଜଙ୍ଗଲରେ ସେବାୟତ ଓ ପୂଜକଙ୍କ ଦ୍ଵାରା ଗଛ ଚିହ୍ନଟ ପରେ ଉକ୍ତ ଗଛକୁ ପୂଜାର୍ଚ୍ଚନା ପରେ ରଥକାଠ ଭାବରେ ସଂଗ୍ରହ କରାଯାଇଛି । ଚଳିତ ବର୍ଷ ଏହି କାଠକୁ ରଥର ଅଠର ନାହାକ କାର୍ଯ୍ୟରେ ଲଗାଯିବ ବୋଲି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ସମ୍ବନ୍ଧିତ ଖବର ବକେୟା ଚାଲାଣ ପୈଠ ନକଲେ ହୋଇପାରିବନି PUCC
ସମ୍ବନ୍ଧିତ ଖବର ଆଜିଠାରୁ ନୋଡାଲ ସ୍କୁଲକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର
Tags:



