ଆଉ ୩ଦିନ ବଢ଼ିଲା ଧାନ କିଣା ଅବଧି
୨୦ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣିବାକୁ ଲକ୍ଷ୍ୟ ରଖିଥିଲେ ସରକର
ଭୁବନେଶ୍ୱର : ବୃଦ୍ଧି ହେଲା ରବି ଧାନ ସଂଗ୍ରହ ଅବଧି । ଜୁଲାଇ ୩ ତାରିଖ ଯାଏ ଅବଧି ବୃଦ୍ଧି କରିଛନ୍ତି ସରକାର । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ । ଚାଷୀଙ୍କ ବହୁ ଦାବି ପରେ ଆଜି ଅବଧି ବଢ଼ାଇଛନ୍ତି ସରକାର । ୨୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର । ମାତ୍ର ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ୫ ଜିଲାରେ ଧାନ ପଡ଼ି ରହିଥିବାରୁ ସରକାର ଧାନ ସଂଗ୍ରହ ଅବଧି ବୃଦ୍ଧି କରିଥିବା ମନ୍ତ୍ରୀ କହିଛନ୍ତି ।
ନୂଆପଡ଼ା, ବାଲେଶ୍ବର ସମେତ ୫ ଜିଲ୍ଲାରେ ଧାନ ପଡ଼ି ରହିଛି । ଚଳିତ ରବି ଋତୁରେ ୩ ଲକ୍ଷ ୩୬ ହଜାର ୫୨ କୃଷକଙ୍କ ଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ କିଣାହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ଦିନ ମଧ୍ୟରେ ସବୁ ଧାନ ଉଠିଯିବ । ଲକ୍ଷ୍ୟ ଧାର୍ଯ୍ୟ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
Tags:




