୩ ରଥରେ ଆଜ୍ଞାମାଳ ବିଜେ
ପୁରୀ : ରାତି ପହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥାରୁଢ଼ ହୋଇ ପତିତପାବନ ଯାତ୍ରାରେ ବାହାରିବେ ଦାରୁଦିଅଁ । ଆଜି ରଥଖଳାରୁ ସିଂହଦ୍ବାର ଚକଡ଼ାକୁ ତିନି ରଥଙ୍କୁ ଟାଣି ଅଣାଯିବ । ଶ୍ରୀଜିଉଙ୍କ ଆଜ୍ଞା ମାଳ ବିଜେ ପରେ ସିଂହଦ୍ବାର ନିକଟକୁ ଆସିବେ ରଥ । ଆଜି ୩ରଥରେ ଆଜ୍ଞାମାଳ ବିଜେ ହୋଇଛି । ବିଜୟ କାହାଳୀ ବାଜିବା ପରେ ୩ ପୂଜାପଣ୍ଡା ସାମନ୍ତ ଆଣି ବିଜେ କରାଇଲେ ଆଜ୍ଞାମାଳ । ଏହାପରେ ୩ରଥକୁ ସିଂହ ଦ୍ୱାର ସାମ୍ନାରେ ପହଂଚିବ । ପରମ୍ପରା ଅନୁସାରେ, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ପହଂଚିବ । ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଏବଂ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ରେ ପହଂଚିବ ।
Tags:




