କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା  । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍‌ଆଇର ପୂର୍ବତନ ଡିଜି ଏ.କେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ୍‌ ମ୍ୟାପ୍‌ କୁ ତଦାରଖ କରିବା ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ନିରୀକ୍ଷଣ କରିଥିଲେ ।

Read More ଫେବୃଆରୀ ୧୯ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ସୂର୍ଯ୍ୟମନ୍ଦିର ପଶ୍ଚିମଦିଗ ପ୍ରଥମ ପୀଢ଼ରେ ଚାରି ଫୁଟ୍ ଟନେଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଏସ୍ଆଇ ପକ୍ଷରୁ ପୂଜା ପାଠ କରିବା ପରେ କୋର୍ ୧୭ ଇଞ୍ଚ ଡ୍ରିଲିଂ କାମ କରାଯାଇଛି । ପଥର ସ୍ଥିତି କିପରି ରହିଛି ତାହା ଜାଣିବାକୁ ଡ୍ରିଲିଂ କରାଯାଉଛି । ଏଏସଆଇ ଅଧିକ୍ଷକ ଡିବି ଗଡ଼ନାୟକ ଓ ଆଞ୍ଚିଳିକ ନିର୍ଦ୍ଦେଶ ଦିଲ୍ଲୀପ ଖମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି ।  

Read More ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

୧୨୨ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିରର ଗର୍ଭଗୃହର ପ୍ରବେଶ ପଥ । ମନ୍ଦିର ସୁରକ୍ଷା ପାଇଁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇଥିଲା । ବିଟ୍ରିଶ୍ ଶାସନ ସମୟରେ ୧୦୦୩ ମସିହାରେ ବାଲି ଭର୍ତ୍ତି କରାଯାଇଥିଲା । ରୋବୋଟିକ୍ କ୍ୟାମେରାରେ ଜଣାପଡ଼ିଥିଲା ଯେ ଗର୍ଭଗୃହରେ ୧୭ ଫୁଟ୍ ବାଲି ଦବି ଯାଇଥିବାବେଳେ ପଥର ଝୁଲନ୍ତା ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା । ୨୦୧୧ରେ ମସିହାରେ ଏକ ଅନ୍ତର୍ଜାତୀୟ କର୍ମଶାଳା ମଧ୍ୟ କରାଯାଇଥିଲା । ହାଇକୋର୍ଟ ନିର୍ଦ୍ଦେଶ ପରେ ୨୦୨୦ରେ ଏଏସ୍ଆଇ ଏକ ଉଚ୍ଚସ୍ତରୀୟ ବୈଠକ କରି ବାଲି କାଢ଼ିବାକୁ ନିଷ୍ପତ୍ତି ହୋଇଥିଲା । ୨୦୨୩ ଜାନୁୟାରୀ ୩ ତାରିଖରୁ ବାଲି କଢା କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା । ମାତ୍ର କୌଣସି କାରଣକୁ ନେଇ ଏଏସଆଇ ପକ୍ଷରୁ ଏହି ବାଲି କଢା ପ୍ରସ୍ତୁତି କାର୍ଯ୍ୟ ଦୀର୍ଘ ଦିନ ପାଇଁ ବନ୍ଦ ରଖାଯାଇଥିଲା । 

Read More ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ - ମନ୍ତ୍ରୀ

Tags: