ବଢ଼ିଲା ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କ ସମସ୍ୟା

ବଢ଼ିଲା ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କ ସମସ୍ୟା
Samaya Live News Picture
Published On

କଳାହାଣ୍ଡି : ଗିରଫ ହେବେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନ୍ନା ମହାନ୍ତି । ତହସିଲଦାରଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁ ରେ ମାମଲା ରୁଜୁ କରାଯାଇଛି । ଏହାପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ୩ଟି ମାମଲା ରହିଛି । ତେବେ ପୂର୍ବ ୩ଟି ମାମଲାରେ ଚାର୍ଜସିଟ ହୋଇଥିବା ବେଳେ ତହସିଲଦାରଙ୍କୁ ଧମକ ମାମଲାରେ ମୁନ୍ନା ମହାନ୍ତିଙ୍କୁ ଗିରଫ ପାଇଁ କଳାହାଣ୍ଡି JMFC କୋର୍ଟରେ ଆବେଦନ କରିଛି କଳାହାଣ୍ଡି ପୋଲିସ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।

ସୂଚନାନୁସାରେ , ଗତ ମାର୍ଚ୍ଚ ୧୫ ତାରିଖରେ ନର୍ଲା ତହସିଲଦାର ଶ୍ରୀ ବିଭୂପ୍ରସାଦ ସିଂହଙ୍କୁ ଫୋନ୍‌ କରିଥିଲେ ଦୁର୍ଗାପ୍ରସାଦ ମହାନ୍ତି । ବାଲିସିଙ୍ଗା ଓ ସାଲେପଡ଼ା ରାଜସ୍ବ ଗ୍ରାମ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ କଥା କଟାକଟି ହୋଇଥିଲା। ଏଥିରେ ବିଧାୟିକାଙ୍କ ସ୍ବାମୀ କୁଆଡ଼େ ଉତ୍‌କ୍ଷିପ୍ତ ହୋଇ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ତହସିଲଦାର ଶ୍ରୀ ସିଂହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଭାରତୀୟ ନ୍ୟାୟ ସଂହିତାର ଦଫା ୨୯୬, ୨୨୧, ୨୨୪, ୩୫୧ (୨), ୩୫୧ (୩), ମାମଲା ସଂଖ୍ୟା- ୭୨/୧୫.୦୩.୨୦୨୬ ରୁଜୁ ହୋଇ ତଦନ୍ତ ଜାରି ରହିଥିବା କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀ ସୂଚନା ଦେଇଛନ୍ତି। । ତେବେ ଗତ ୪ଦିନ ଧରି ଫେରାର ଅଛନ୍ତି ଦୁର୍ଗାପ୍ରସାଦ ମହାନ୍ତି । କେସିଙ୍ଗା ପୁଲିସ ରୁପ୍ରା ରୋଡ୍‌, ଫାର୍ମହାଉସ୍‌ ଓ ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଚଢ଼ଉ କରିଥିଲା। କିନ୍ତୁ ସେଠାରୁ ଖସିଯାଇଥିଲେ ଦୁର୍ଗାପ୍ରସାଦ । 

ଅନ୍ୟପଟେ, ବିଧାୟିକାଙ୍କ ଘରେ ରାତି ଅଧିଆ ପୋଲିସ ଚଢଉକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି  । ଘଟଣାକୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ କହିଛନ୍ତି । ସେ କହିଛନ୍ତି ରାତି ଅଧରେ ଚଢ଼ାଉ ଆଳରେ ବିଧାୟିକାଙ୍କ ଘରେ ଆକ୍ରମଣ ଘଟଣାରେ ଗଣତନ୍ତ୍ର କଣ ତାହା ଜଣାପଡୁଛି ।

Tags: