ଦୋକାନ ଉପରକୁ ମାଡ଼ି ଗଲା ଯାତ୍ରୀଵାହୀ ବସ
By: Samaya Live News
ସୋର : ଦୋକାନ ଉପରକୁ ମାଡ଼ି ଗଲା ବସ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ । ଜଣେ ଗୁରୁତର ଅବସ୍ଥାରେ ଖଇରା ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର । ଆଜି ବାଲେଶ୍ଵରରୁ କୁପାରୀ ଯାଉଥିବା ଅନନ୍ୟା ଏକ ଯାତ୍ରୀଵାହୀ ଵସ ବାଲେଶ୍ୱରରୁ କୁପାରୀ ୨୦ ଅଧିକ ଯାତ୍ରୀକୁ ନେଇ ଯାଉଥିବା ବେଳେ ଖଇରା ପଶୁ ଡାକ୍ତରଖାନା ନିକଟରେ ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ନେଇ ଜଣାପଡ଼ିଛି । ବସକୁ ଖଇରା ପୋଲିସ ଜଵତ କରି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି ।
ସମ୍ବନ୍ଧିତ ଖବର ପିସିଆର କର୍ମଚାରୀଙ୍କ ପାଇଁ ଲାଗୁହେଲା କଡାକଡି ନିୟମ
Tags:



