୬ ଲେନ ବିଶିଷ୍ଟ ହେବ ପଳାଶୁଣୀ ରାସ୍ତା

୬ ଲେନ ବିଶିଷ୍ଟ ହେବ ପଳାଶୁଣୀ ରାସ୍ତା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ପଳାଶୁଣୀ ରାସ୍ତା ହେବ ୬ ଲେନ ବିଶିଷ୍ଟ । ଭିଡ଼ ନିୟନ୍ତ୍ରଣ ପାଇଁ NHAI  ର ବଡ଼ ପଦକ୍ଷେପ । ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ ସହ ଦେଢ଼ ବର୍ଷରେ କାମ ସାରିବାକୁ ଲକ୍ଷ ରଖାଯାଇଛି । ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ କମାଇବାକୁ କେନ୍ଦ୍ର ସଡକ କର୍ତ୍ତୃପକ୍ଷ ବଡ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ସକାଳେ ଏବଂ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା । ଏହାକୁ ଲକ୍ଷରେ ରଖି ୪ ଲେନ ବିଶିଷ୍ଟ NH-୧୬ କୁ ୬ ଲେନ ବିଶିଷ୍ଟ କରାଯିବ । ଏନେଇ ଆଜି NHAI ଓଡିଶା ମୁଖ୍ୟ ବୀରେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।  ଭିଡ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ।

ସମ୍ବନ୍ଧିତ ଖବର ୫ ଓଏଏସ ଅଧିକାରୀଙ୍କ ବିଭାଗ ବଦଳି

Tags: