ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ

ପାର୍କରେ ସ୍ଥାପିତ କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର: ମନ୍ତ୍ରୀ ଡଃ ମହାପାତ୍ର

ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ (ULBs) ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ଏକ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ସମ୍ବନ୍ଧିତ ଖବର ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଆଜି,  ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ତାଙ୍କର ନିକଟ ଅତୀତର ଇନ୍ଦିରା ଗାନ୍ଧୀ (ଆଇ.ଜି.) ପାର୍କ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ। ପାର୍କର ଦୁରାବସ୍ଥା ଦେଖି ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଅନେକ ସହରାଞ୍ଚଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳା ଓ ଭିତ୍ତିଭୂମିର ଅବକ୍ଷୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।
 
ମନ୍ତ୍ରୀ କହିଛନ୍ତି ,ପାର୍କଗୁଡ଼ିକ କେବଳ ମନୋରଞ୍ଜନର ସ୍ଥାନ ନୁହେଁ, ଏହା ସହରର ସାମାଜିକ, ପରିବେଶ ଏବଂ ସାଂସ୍କୃତିକ ପରିଚୟ। ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଜଡ଼ିତ । ପାର୍କରେ ସ୍ଥାପିତ ପ୍ରତିମୂର୍ତ୍ତି ଗୁଡିକର  ସମ୍ମାନ ଏବଂ ଏହାର ଯତ୍ନ ନେବାକୁ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏଥିରେ ଅବହେଳା ଜନସାଧାରଣଙ୍କ ଭାବନା ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି। 

ସମ୍ବନ୍ଧିତ ଖବର ରାଶିଫଳ ୩.୨.୨୦୨୬ ମଙ୍ଗଳବାର 

କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ ଏବଂ ସଂସ୍ଥା ବିରୋଧରେ କଠୋର ଶୃଙ୍ଖଳାଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଠି ତ୍ରୁଟି ପରିଲକ୍ଷିତ ହେବ, ସେଠାରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇ ଦଣ୍ଡବିଧାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପାର୍କଗୁଡ଼ିକର ପୁନରୁଦ୍ଧାର ପାଇଁ ସ୍ପଷ୍ଟ ସମୟସୀମା ଓ ଗୁଣବତ୍ତା ବଜାୟ ରଖିବାକୁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ପାର୍କ ଗୁଡିକର ସ୍ଥାୟୀ ଉନ୍ନତି ପାଇଁ ନିୟମିତ ଯାଞ୍ଚ ଓ ବଜେଟ୍ ବ୍ୟବସ୍ଥା କରିବାକୁ ସେ କହିଛନ୍ତି ।
ଓଡ଼ିଶାର ସହରଗୁଡ଼ିକୁ ସ୍ୱଚ୍ଛ, ସବୁଜ ଏବଂ ନାଗରିକ-ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ତୁରନ୍ତ ଏହି ନିର୍ଦ୍ଦେଶାବଳୀକୁ ମିଶନ-ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର କୋର୍ଟ ଉଡାଇଦେବାକୁ ବୋମା ଧମକ

Tags: