କ୍ୟାପିଟାଲ ହସ୍ପିଟାଲରେ ୧୬ ରୁ ୪୦ କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା

କ୍ୟାପିଟାଲ ହସ୍ପିଟାଲରେ ୧୬ ରୁ ୪୦ କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଦୂର ହେବ ସମସ୍ୟା, ରୋଗୀଙ୍କୁ ମିଳିବ ଆହୁରି ଉନ୍ନତ ମାନର ଚିକିତ୍ସା ସେବା । ରୋଗୀ କଲ୍ୟାଣ ସମିତି ବୈଠକରେ ଏନେଇ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଡାକ୍ତରଖାନାର ସ୍ବାସ୍ଥ୍ୟସେବାର ଉନ୍ନତିକରଣ ସକାଶେ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟରଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

ସମ୍ବନ୍ଧିତ ଖବର ଆମ ବସ ଚଳାଇବେ ମହିଳା ଡ୍ରାଇଭର

ମଙ୍ଗଳବାର ବସିଥିବା ଆରକେଏସ ବୈଠକରେ କ୍ୟାପିଟାଲ ହସ୍ପିଟାଲରେ ଲାଗି ରହିଥିବା ଦୀର୍ଘ ଦିନର ସମସ୍ୟା ସମ୍ପର୍କରେ ଭଲ ଭାବରେ ପଚାରି ବୁଝିଥିଲେ ଭୁବନେଶ୍ବର ସାଂସଦ । କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ବର ତଥା ଉପକଣ୍ଠ ଅଂଚଳରୁ ପ୍ରତ୍ୟକ ଦିନ ହଜାର ହଜାର ରୋଗୀ ଆସୁଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଆଇସିୟୁ ବେଡ୍ ସଂଖ୍ୟାକୁ ୧୬ ରୁ ୪୦  କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଇସିୟୁ ବେଡ୍ ସଂଖ୍ୟା କିପରି ଯଥାଶୀଘ୍ର ବୃଦ୍ଧି ହୋଇପାରିବ ସେ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ସହିତ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆରକେଏସ ବୈଠକରୁ ଫୋନ୍ ଯୋଗେ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର ସ୍ବାସ୍ଥପୋଯୋଗୀ ହଳଦୀ କ୍ଷୀର

ସେହିପରି କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ପାଇଁ ଡାକ୍ତରୀ ଛାତ୍ର ଅଧ୍ୟୟନ କରୁଛନ୍ତି । ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ଫାକଲଟି ନିଯୁକ୍ତି ସକାଶେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ଆରକେଏସ ବୈଠକରେ ହସ୍ପିଟାଲରେ ଦୀର୍ଘ ବର୍ଷରୁ ଠିକାରେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ବର୍ଷରୁ ପ୍ରାୟ ୧୫୦  ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ବେସରକାରୀ ଭାବେ କାମ କରି ଆସୁଛନ୍ତି । ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରିବା ନେଇ ବୈଠକରେ ଆଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି

 

Tags: