୩ ଦିନ ପରେ ଆୟତ୍ତ ହେଲା ନଳବଣ ନିଆଁ
ଚିଲିକା : ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ଗତ ଗୁରୁବାର ରାତିରେ ପୁରୀ ଜିଲ୍ଲା ଅନ୍ତର୍ଗତ ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ନଳବଣରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ୩ ଦିନ ଜଳିବା ପରେ ଆୟତ୍ତକୁ ଆସିଛି ନଳବଣ ନିଆଁ । କେହି ଦୁବୃର୍ତ୍ତ ମାଛ ଧରିବା ପାଇଁ ନଳବଣରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ନଳବଣର ପ୍ରାୟ ୧ କିମି ଅଞ୍ଚଳରେ ନିଆଁ ବ୍ୟାପିଛି । ଏବେବି ନଳବଣ ଜଳୁଥିବା ଜଣାପଡିଛି । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଘଟଣାସ୍ଥଳରେ ACF ଓ DFO ପହଁଞ୍ଚି ଡ୍ରୋନ ସର୍ଭେ କରୁଛନ୍ତି l କଣାସ, ଟାଙ୍ଗୀ,ଓ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଆଲର୍ଟ ରଖାଯାଇଛି।
ଏପେଟ ନଳବଣରେ ନିଆଁ ଲାଗିବା ଦ୍ୱାରା ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପିଡ଼ିଛି । ଲୁଣିଆ ହ୍ରହଦର ଜଳଚର ଜୀବ ବିଶେଷ କରି ବିଦେଶାଗତ ପକ୍ଷୀମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଆଗରୁ ବି ଅନେକ ଥର ନଳବଣରେ ନିଆଁ ଲାଗିଥିବାର ଖବର ମିଳିଛି। ବାରମ୍ବାର ବାରମ୍ବାର ଏଭଳି ଘଟଣା ଚିଲିକାରେ ବିଦେଶୀ ପକ୍ଷଙ୍କ ଜୀବ ନେଉଛି । ବର୍ତ୍ତମାନ ନଳବଣର ସୁରକ୍ଷା ନେଇ ଚିନ୍ତା ବଢିଛି ।



