ଫେରିଗଲେ ଦନ୍ତା,ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ

ଫେରିଗଲେ ଦନ୍ତା,ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଭରତପୁର ରିଜର୍ଭ ଜଙ୍ଗଲକୁ ୨ ଦନ୍ତା ଫେରିବା ପରେ ପର୍ଯ୍ୟଟଙ୍କ ପାଇଁ ଖୋଲିଛି ଶିଖରଚଣ୍ଡୀ ପିକନିକ ସ୍ପଟ । ଗତକାଲି ରାତିରେ ୫ଟି ବନ କର୍ମଚାରୀ ଟିମଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ ଘଉଡ଼ାଇ ଦିଆଯାଇଛି । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ ।

ସମ୍ବନ୍ଧିତ ଖବର ଧାଡି ଦର୍ଶନ ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ - ମନ୍ତ୍ରୀ

ଗତ ୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼କୁ କବ୍ଜା କରି ରଖିଥିଲେ ୨ ଟି ଦନ୍ତା I ତେବେ ପର୍ଯ୍ୟଟକ ମାନେ ପିକନିକ ମନାଉ ଥିବାବେଳେ ହଠାତ ହାତୀ ପଶି ଆସିବାରୁ ଶିଖରଚଣ୍ଡୀରେ ହାତୀ ରହିଥିବା ଜଣା ପଡିଥିଲା । ହାତୀ ୨ଟି କିଛି ଦିନ ଧରି ନିର୍ଭୟରେ ସେଠାରେ ବୁଲୁଥିବାର ଦେଖାଯାଇଥିଲା । ଦନ୍ତାହାତୀଙ୍କୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ନାଇଟ୍ ଭିଜନ କ୍ୟାମେରା ଯୋଗେ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା । ଗତ ଶନିବାର ଠାରୁ ପାହାଡ଼ ଉପରକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା । ହାତୀ ଦୁଇଟି ଫେରିଗଲା ପରେ ଆଜି ପୁଣି ଫାଟକ ଖୋଲାଗଲା । 

ସମ୍ବନ୍ଧିତ ଖବର ମାଲବାହୀ ଟ୍ରେନ ଲାଇନଚ୍ୟୁତ

Tags: