ରାତି ଅଧରେ ଦୋକାନ ପୋଡି ଦେଲେ ଦୁର୍ବୁତ୍ତ

ରାତି ଅଧରେ ଦୋକାନ ପୋଡି ଦେଲେ ଦୁର୍ବୁତ୍ତ
Samaya Live News Picture
Published On

ଅନୁଗୋଳ : ରାତି ଅଧରେ ଦୋକାନ ସହ ଗାଡି ଜାଳି ଦେଲେ ଦୁର୍ବୁତ୍ତ । ବିଳମ୍ବିତ ରାତିରେ କମ୍ବଳ ଘୋଡ଼ାଇ ଆସି ପେଟ୍ରୋଲ ଢାଳି ଦୁଇଟି ଦୋକାନ ଓ ଏକ କାର ଏବଂ ଗୋଟିଏ ଜେସିବିରେ ନିଆଁ ଲଗାଇ ଦେଇ ଦୁର୍ବୁତ୍ତ ଜଣକ ଦୌଡ଼ି ପଳାଇଥିଲା । ଘଟଣା ଘଟିଛି ଅନୁଗୋଳ ପଞ୍ଚମହଲା ନିକଟରେ । ପଞ୍ଚମହଲା ଠାରେ ଥିବା କୁମୁଦ ନାଏକଙ୍କ ଦୋକାନରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କୁମୁଦଙ୍କ ଦୋକାନରେ ନିଆଁ ହୁହୁ ହୋଇ ଜଳିବା ସହ ପାଖରେ ଥିବା ସାଗର ସାହୁଙ୍କ ଡାଇନାମୋ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏଥିସହ ପାଖରେ ଥିବା ଏକ ଗ୍ୟାରେଜକୁ ମରାମତି ପାଇଁ ଆସିଥିବା ଏକ ଇଣ୍ଡିକା କାରରେ ନିଆଁ ଲାଗି ଭସ୍ମ ହୋଇଯାଇଥିବା ଦେଖାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଉଭୟଙ୍କ ଦୋକାନ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।

 

Tags: