ସରିଲା ବୈଠକ,ରତ୍ନ ଭଣ୍ଡାର ଗଣତି ମଣତି ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ସରିଲା ବୈଠକ,ରତ୍ନ ଭଣ୍ଡାର ଗଣତି ମଣତି ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବହୁ ପ୍ରତୀକ୍ଷିତ ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ଆଜି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ତୃତୀୟ ମହଲାରେ ବୈଠକ ବସିଛି । ଏହି ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ହୋଇଥିବା 'ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର' (SOP) ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ସେବାର ଶୁଭାରମ୍ଭ

ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ଏସଓପି ଉପରେ ମୋହର ଲାଗିପାରେ । କେବେ ରତ୍ନଭଣ୍ଡାର ଗଣତି ମଣତି ହେବ ସେନେଇ ତାରିଖ ଚୂଡ଼ାନ୍ତ ହୋଇପାରେ ହୋଇପାରେ । ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାରଗୁଡ଼ିକର ସୁରକ୍ଷିତ ଗଣତି ଓ ଯାଞ୍ଚ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୈଠକରେ ଏସଓପିକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ବେଳେ, ଖୁବଶୀଘ୍ର ଗଣତି ମଣତି ପାଇଁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର ପାଞ୍ଚଟି ପଞ୍ଜିକାକୁ ଅନୁମୋଦନ ଦେଲା ଶ୍ରୀମନ୍ଦିର ପ୍ରଶାସନ

Tags: