ରତ୍ନଭଣ୍ଡାର ଗଣତି ନେଇ ବୈଠକ ଆରମ୍ଭ
By: Samaya Live News
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ନେଇ ବୈଠକ ଆରମ୍ଭ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବୈଠକ ବସିଛି । ବୈଠକରେ ଶ୍ରୀମାନିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଅଛନ୍ତି। ଆଇନ ମନ୍ତ୍ରୀ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ନେବେ। ପରେ ରତ୍ନ ଅଳଙ୍କାର ଗଣତି ନେଇ ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଚେତାବନୀ ପରେ ରତ୍ନଭଣ୍ଡାର ଗଣତି ମଣତି ନେଇ ତତ୍ପରତା ଦେଖାଦେଇଛି । ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଛି ବୈଠକ ।
ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ପ୍ରଦାନ
Tags:



