୨୦୦ ସିଟ ସଂଖ୍ୟକ ହେବ ବିଧାନସଭା - ମୁଖ୍ୟମନ୍ତ୍ରୀ

୨୦୦ ସିଟ ସଂଖ୍ୟକ ହେବ ବିଧାନସଭା - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଢିପାରେ ବିଧାନସଭା ସିଟ ସଂଖ୍ୟା । ଓଡ଼ିଶା ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ  ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାରେ ଆଉ ୫୦ଟି ସିଟ ବଢିପାରେ । ଏବେ ୧୪୭ଟି ଅଛି ଯାହାକୁ ୨୦୦କୁ ବଢିପାରେ । ଡିଲିମିଟେସନ୍‌ରେ ସିଟ୍‌ ବଢ଼ିପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ୩୦୦ ସଦସ୍ୟ ବସିବା ଭଳି କ୍ଷମତାର ନୂଆ ବିଧାନସଭା ନିର୍ମାଣ କରାଯାଉଛି ।

ସମ୍ବନ୍ଧିତ ଖବର ରାଉରକେଲା ବିମାନ ଦୁର୍ଘଟଣାର ହେବ ନାହିଁ ପୁନରାବୃତ୍ତି - ପରିବହନ ମନ୍ତ୍ରୀ

ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ସୌଧ ନିର୍ମାଣ କରାଯିବ । ‘ଆଗାମୀ ୫୦/୧୦୦ ବର୍ଷକୁ ଦୃଷ୍ଟିରେ ରଖି ୩ ଶହ ସିଟ୍‌ର ବ୍ୟବସ୍ଥା ରହିବ । ଏନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନୂଆ ଲୋକସେବା ଭବନ ତିଆରି ହେବାର ଆବଶ୍ୟକତା ରହିଛି। ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି, ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏନେଇ କାମ ଆରମ୍ଭ ହୋଇଥିଲା। ଏହିକ୍ରମରେ ରାଜ୍ୟର ନୂଆ ବିଧାନସଭା ଏବଂ ଲୋକସେବା ଭବନ ତିଆରି ହେବ। ଯେଉଁଥିରେ କି ୩ ଶହ ସଦସ୍ୟ ବସିପାରିବେ।

ସମ୍ବନ୍ଧିତ ଖବର ସିବିଆଇ ଅଫିସରେ ହାଜର ହେଲେ ଥାଲାପତି ବିଜୟ

ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି ।

ସମ୍ବନ୍ଧିତ ଖବର ସଡକ ସୁରକ୍ଷା ମାସରେ '6 E ' କୁ ଗୁରୁତ୍ତ୍ଵ ଦେଲେ ମୁଖ୍ୟମନ୍ତ୍ରୀ

 

Tags: