ବାଲିଯାତ୍ରା ଶେଷ ରାତିରେ ଦଳା ଚକଟା ପରିସ୍ଥିତି

ବାଲିଯାତ୍ରା ଶେଷ ରାତିରେ ଦଳା ଚକଟା ପରିସ୍ଥିତି

କଟକ : ଐତିହାସିକ ବାଲିଯାତ୍ରା ଶେଷ ରାତିରେ ଅଘଟଣ । ପ୍ରବଳ ଭିଡ଼ ଯୋଗୁଁ ଦଳା ଚକଟା ପରିସ୍ଥିତି ଉପୁଜିଥିଲା I ଠେଲାପେଲା ଯୋଗୁଁ ୫ ଜଣ ଦର୍ଶକ ଆହତ ହୋଇଥିଲେ I ସେମାନଙ୍କ ମଧ୍ୟରୁ ୨ ଜଣ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା ।  ଦୁଇଟି ଜାଗାରେ ଲୋକେ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । ସମସ୍ତେ ମଞ୍ଚର ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ । ଭିଡ଼ ଭିତରେ ଠେଲାପେଲା ପାଇଁ ୩ ଜଣ ଅଚେତ୍ ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସାଧାରଣ ଲୋକ ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୫ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହା ଗତକାଲି ସରିବାର ଥିଲା । ହେଲେ ସରକାର ଏହାକୁ ଆଜି ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିଲେ ।  

Read More ନିଆରା ଚରିତ୍ର ପାଇଁ କସରତ

BALIJATRA
ବାଲିଯାତ୍ରା ଶେଷ ରାତିରେ ଦଳା ଚକଟା ପରିସ୍ଥିତି
Tags: