ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି
ପୁରୀ : ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ଆସନ୍ତା ୧୩ ତାରିଖ ସୋମବାର ଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଲଗାତାର ତୃତୀୟ ଦିନରେ ଶୁକ୍ରବାର ୭ ଘଣ୍ଟା ୧୦ ମିନିଟ୍ ଧରି ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଗଣତିମଣତି ସାରି ଶ୍ରୀମନ୍ଦିରରୁ ଫେରିବା ପରେ ଡ. ପାଢ଼ୀ ଏହି ସୂଚନା ଦେଇଥିଲେ।
ଆଜି ସାଢ଼େ ୧୧ଟାରେ ଆରମ୍ଭ ହେବ ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା। ଗତକାଲି ପ୍ରାୟ ୮୦ରୁ ୯୦ ଭାଗ ଗଣତି କାର୍ଯ୍ୟଶେଷ ହୋଇଛି । ମଣି ମାଣିକ୍ୟକୁ ଗଣିବା, ଫୋଟୋ, ଭିଡିଓ,3D ମ୍ୟାପିଙ୍ଗ,E କାଟାଲୋଗ କରିବାକୁ ସମୟ ଲାଗୁଛି। ଆସନ୍ତାକାଲି ରବିବାର ଭିଡକୁ ଦୃଷ୍ଟିରେ ରଖି ବନ୍ଦ୍ ରହିବ ରତ୍ନ ଗଣତି କାର୍ଯ୍ୟ ।
Tags:



