ଦ୍ୱିତୀୟ ଦିନରେ ସରିଲା ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
ପୁରୀ: ଆଜି ଭିତର ରତ୍ନ ଭଣ୍ଡାର ଗଣତି ମଣତି ର ତୃତୀୟ ଦିନ । ଗତକାଲି ୨ୟ ଦିନ ଗଣତି ମଣତି ସୁଦ୍ଧା ପାଖାପାଖି ୮୦ ପ୍ରତିଶତ ଗଣତି ମଣତିପ୍ରକ୍ରିୟା ଶେଷ ହୋଇଥିଲା । ନୀତି ବିଳମ୍ବ ଯୋଗୁ ଗଣତିମଣତି ପ୍ରକ୍ରିୟା କରିବାକୁ ଟିମ୍କୁ ବହୁ ସମୟ ଭିତରେ ଅପେକ୍ଷା କରିବାକୁ ପଡ଼ିଥିଲା ।ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଭିତରେ ଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ମେଳକ ପ୍ରକ୍ରିୟା ହୋଇଛି । ମାର୍ଚ୍ଚ ୨୫ ରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା । ପରେ ଏପ୍ରିଲ ୮ ରୁ ୧୧ ଚାରିଦିନ ଧରି ବାହାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯାଇ ଶେଷ ହୋଇଥିଲା ।
ଗତ ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ପରେ ଆଜି ସପ୍ତମ ଦିବସରେ ଏହା ପହଞ୍ଚିଛି। ଭିତର ରତ୍ନଭଣ୍ଡାର ଗଣତି ମଣତିର ଦ୍ୱିତୀୟ ଦିବସରେ ଦୀର୍ଘ ୭ ଘଣ୍ଟା ଧରି ଗଣତି ମଣତି କରାଯାଇଛି। ୧୨ ଟା ୨୫ ରେ ଭିତର ରତ୍ନଭଣ୍ଡାରର ତାଲା ଖୋଲି ଗଣତି ମଣତି ଆରମ୍ଭ କରାଯାଇଥିବା ବେଳେ ସନ୍ଧ ୭ ଟା ୧୫ ରେ ଏହା ଶେଷ ହୋଇଥିଲା।
ଗଣତି ମଣତି ସରିବା ପରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ ପରେ ସ୍ପଷ୍ଟ ସୂଚନା ଦିଆଯିବ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା। କେତେ ପ୍ରତିଶତ ସରିଛି ତାହା କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି ସହିତ ଓଜନ ମାପ, ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯାଉଛି। ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ ମଧ୍ୟ କରାଯାଉଛି। ଶତ ପ୍ରତିଶତ ସଠିକ୍ ଭାବେ ଗଣତି ମଣତି କରାଯାଉଛି। ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।



