ଜାନୁଆରୀରେ ହେବ ଭିତର ଭଣ୍ଡାର ଗଣତି ମଣତି

ଜାନୁଆରୀରେ ହେବ ଭିତର ଭଣ୍ଡାର ଗଣତି ମଣତି

ପୁରୀ :  ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଉଚ୍ଚ ସ୍ତରୀୟ ବୈଠକ । ୨୭ ତାରିଖରେ ରତ୍ନଭଣ୍ଡାର ଗଣତି ମଣତି ସଂପର୍କିତ ବୈଠକ ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ସେ କହିଛନ୍ତି  ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଛି । ଗଣତି ମଣତି ନେଇ SOP ଉପରେ ଆଲୋଚନା ହେବ । ଗଣତି ମଣତି ଯୋଗୁଁ ଦର୍ଶନ ପାଇଁ ସମସ୍ୟା ହୋଇପାରେ । ଏ ନେଇ ସେ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି । 

ସମ୍ବନ୍ଧିତ ଖବର ଆହୁରି ୪ ଦିନ କଲବଲ କରିବ ଘନ କୁହୁଡି,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଜାନୁଆରୀ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚାହୁଁଛୁ । ୧୯୭୮ ମସିହା ଗଣତି ମଣତି ତାଲିକା ସହ ଟାଲି କରାଯିବ। ଭିତର ଭଣ୍ଡାରରେ ଗଣତିମଣତି କରାଯିବ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ । କିନ୍ତୁ ରତ୍ନ ଗୁଡିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଶେଷ ଥର ପାଇଁ ଗଣତି ମଣତି ପାଇଁ ୭୨ ଦିନ ଲାଗିଥିଲା । ଏଥର ଯେତେ ଶୀଘ୍ର ହୋଇପାରିବ ଚେଷ୍ଟା କରିବୁ । ଏହି ବୈଠକରେ ଅନ୍ୟ ସଦସ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ଯୋଗଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

ସମ୍ବନ୍ଧିତ ଖବର ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା - ଅନୁ ଗର୍ଗ

 

ସମ୍ବନ୍ଧିତ ଖବର OCS ବିଜ୍ଞପ୍ତି,ସାମିଲ ହେଲା OAS,ORS

Tags: