ଆଜିଠାରୁ ୧୮ଦିନ ଯାଏଁ ଚାଲିବ ଭିତର ରତ୍ନ ଭଣ୍ଡାର ଗଣତି ମଣତି
ପୁରୀ : ଦୁଇ ଦିନ ପରେ ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି । ୧୮ଦିନ ଯାଏଁ ଚାଲିବ ଗଣତି ମଣତି କାର୍ଯ୍ୟ । ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି, ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିଛି। ତେବେ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନ ଭଣ୍ଡର ଖୋଲିଥିବା ବେଳେ ଆଜି ହେଉଛି ଭିତର ଭଣ୍ଡାର ଗଣତିର ଦ୍ଵିତୀୟ ଦିବସ । ଗତ ୧୪ ତାରିଖ ପଣା ସଂକ୍ରାନ୍ତି ଏବଂ ୧୫ ତାରିଖରେ ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିଲା। ୪୮ ବର୍ଷ ପରେ ଚାଲିଛି ଭିତର ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣନା ।
ଗତ ଏପ୍ରିଲ ୧୩ ତାରିଖରେ ପ୍ରଥମ ଦିନର ଗଣତିରେ ପ୍ରାୟ ୨୦ ଟି ଅଳଙ୍କାର ଗଣନା ସରିଥିଲା । ପ୍ରାୟ ୫ ଘଣ୍ଟା ୨୨ମିନିଟର ଗଣତି ହୋଇଥିବା ବେଳେ ଦୁଇଟି ସିନ୍ଦୁକକୁ ଶ୍ରୀମନ୍ଦିର ଭିତର ଭଣ୍ଡାରକୁ ନିଆଯାଇଥିଲା । ଏସଓପି ଅନୁଯାୟୀ ସୁନା ଅଳଙ୍କାର ଗୁଡ଼ିକ ହଳଦିଆ ମୁଣିରେ ,ରୁପାକୁ ଧଳା ମୁଣିରେ ଓ ଅନ୍ୟାନ୍ୟ ରତ୍ନକୁ ନାଲି ମୁଣିରେ ରଖିବା ପରେ ଏହାକୁ ଏକ ଷ୍ଟିଲ ବାକ୍ସରେ ରଖଯାଇ ସିନ୍ଦୁକ ଭିତରକୁ ନିଆଯାଇଥିଲା । ପ୍ରତ୍ୟେକ ମୁଣିରେ ୨୦୨୬ର ନୂଆ ଟ୍ୟାଗ ଲଗାଯାଇ ତାହାକୁ ସିନ୍ଦୁକରେ ରଖାଯାଇଥିଲା । ଆହୁରି ୪ଟି ଏଇଭଳି ସିନ୍ଦୁକ ପ୍ରସ୍ତୁତ ହୋଇ ରହିଛି । ଓଜନ ମାପ ସହ ଅଳଙ୍କାରର ଚିହ୍ନଟ ପ୍ରକ୍ରିୟା ହେଉଛି । ଚିହ୍ନଟ ସମ୍ପୂର୍ଣ୍ଣ ହେବା ପରେ ଏହାକୁ ୧୯୭୮ ତାଲିକା ଅନୁଯାୟୀ କ୍ରମିକ ସଂଖ୍ୟା ସହ ମେଳକ କରାଯାଇ ରଖାଯାଉଛି । ପୂର୍ବବତ୍ ସୁପର୍ ଭାଇଜିଙ୍ଗ ଟିମ୍ ଓ ହ୍ୟାଣ୍ଡଲିଙ୍ଗ ଟିମ୍ ର ଉପସ୍ଥିତିରେ ହେଉଛି ଗଣତି କାର୍ଯ୍ୟ । ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ତିନି ଧରି ଚାଲିବ ଗଣତି କାର୍ଯ୍ୟ ।



