ସ୍ୱାଭାବିକ ହେଉନି ଗୃହ ,ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ସ୍ୱାଭାବିକ ହେଉନି ଗୃହ ,ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ଭୁବନେଶ୍ୱର : ଆଜି ଷଷ୍ଠ ଦିନରେ ବି ସ୍ଵାଭାଵିକ ଭାବରେ ଚାଲିପାରୁନାହିଁ ବିଧାନସଭା । ଲଗାତାର ଭାବରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ରୁ ବିରୋଧୀମାଙ୍କ ହୋହାଲ୍ଲା ଏବଂ ନାରାବାଜି ଜାରି ରହିଛି । ପ୍ରତିଥର ଭଳି ଆଜି ମଧ୍ୟ ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର ଚାଲିବା ପରେ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ପୁର୍ନବାର ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ପୁଣିଥରେ ବିରୋଧୀମାନେ ସମାନ ପ୍ରସଙ୍ଗରେ ହଙ୍ଗାମା କରିବାରୁ ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି । ଗୃହରେ ଲଗାତାର ଅଚଳାବସ୍ଥା ଜାରିରହିବାରୁ ଆଜି ବାଚସ୍ପତି ପୁଣି ସର୍ବଦଳୀୟ ବୈଠକ ଡାକିଥିବା ସୂଚନା ମିଳିଛି । 

ସମ୍ବନ୍ଧିତ ଖବର ଅର୍ଥନୈତିକ ସର୍ଭେ ରିପୋର୍ଟ,ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

Tags: