ବଡ଼ ଠାକୁରଙ୍କ ବଡ଼ କରୁଣା ,କୋମାରୁ ଉଠିଲା ଶିଶୁ

ବଡ଼ ଠାକୁରଙ୍କ ବଡ଼ କରୁଣା ,କୋମାରୁ ଉଠିଲା ଶିଶୁ

ଭୁବନେଶ୍ୱର : ସତରେ କେତେ କରୁଣାମୟ ମହାବାହୁ । ସେ ଭାବକୁ ନିକଟ ଅଭବକୁ ଦୂର ସର୍ବ ନିୟନ୍ତା ବଡ଼ ଠାକୁର । ତାଙ୍କ ଚମତ୍କାରର କଳନା ନାହିଁ । ବହୁ ଦୂରରୁ ଭକ୍ତର ଡାକ ଶୁଣିଛନ୍ତି ମହାପ୍ରଭୁ । ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ଦୟାର ସାଗର ମହାପ୍ରଭୁ ତାହା ଶୁଣନ୍ତି। ଭକ୍ତର ଆକୁଳ ପ୍ରାର୍ଥନା ଶୁଣି କରୁଣାମୟ ମହାପ୍ରଭୁ ଏକ ନିଷ୍ପାପ ଶିଶୁକୁ ଦେଇଛନ୍ତି ନୂଆ ଜୀବନ । ଏଇଭଳି ଏକ ଆବେଗପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି  ମିଳିଛି ପୁରୀ ସିଂହଦ୍ବାର ସାମନାରେ। ସୁଦୂର ରାଜସ୍ଥାନରୁ ଧାଇଁ ଆସିଥିବା ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ ନୂଆ ଜୀବନ ଦାନ କରି କୋମାରୁ ଉଠାଇଛନ୍ତି ମହାପ୍ରଭୁ  ।

ସମ୍ବନ୍ଧିତ ଖବର ସରିଲା ଯାଞ୍ଚ, ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ

ଗତ ୮ ତାରିଖରେ ରାଜସ୍ଥାନରୁ ପ୍ରକାଶ ଭୋଇ ନାମକ ଜଣେ ବ୍ୟକ୍ତି କୋମା ଅବସ୍ଥାରେ ନିଜ ପୁଅକୁ ଧରି ଧାଇଁ ଆସିଥିଲେ ବଡ଼ ଦାଣ୍ଡକୁ । ସିଂହଦ୍ୱାର ସାମ୍ନାରେ ନିଜ ପୁଅକୁ ଗଡ଼ାଇ ଦେଇ ମହାପ୍ରଭୁଙ୍କ ଶରଣ ପୋଷିଥିଲେ । ଭକ୍ତର ଆକୁଳ ପ୍ରାର୍ଥନା ଶୁଣି କୃପା କରିଥିଲେ କରୁଣା ସାଗର ।  କାଳିଆ ନିକଟରେ ଗୁହାରି କରିବା ପରେ ଏବେ ସାମାନ୍ୟ ସୁସ୍ଥ ହୋଇଛି କୁନି ପୁଅ । ହାତଗୋଡ ହଲାଉଛି।  ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ। ହେଲେ, କଥାରେ ଅଛି ତାରିଲେ ହରି ମ।ରିବ କିଏ  । ଯେଉଁଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହେଲେ ଜଗତର ଠାକୁର ଜଗନ୍ନାଥ। ଆଜି ଛୁଆ ସାମାନ୍ୟ ସୁସ୍ଥ ହେବା ପରେ ସୁଦୂର ରାଜସ୍ଥାନରୁ ଛୁଆକୁ ପୁଣି ଆଣି ଆସିଛନ୍ତି ବାପା। ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇବାକୁ ପୁରୀ ଆସିଛନ୍ତି ପ୍ରକାଶ ଭୋଇ। ଶ୍ରୀମନ୍ଦିର ନିକଟରେ ଛୁଆକୁ ଗଡାଇ ସମର୍ପି ଦେଇଛନ୍ତି।  କାଳିଆ ଠାକୁର ଆଗରେ ନତମସ୍ତକ ହେଇ ଲୁହ ଗଡାଉଛନ୍ତି  । ପୁଅକୁ ଚଳପ୍ରଚଳ କରୁଥିବା ଦେଖି ତାଙ୍କର ମନ ଭରିଯାଇଛି ଆଉ ବଡ଼ ଦେଉଳକୁ ସେ ଚାହିଁ ଠାକୁରକୁ ଧନ୍ୟବାଦ ଦେଉଛନ୍ତି ।

ସମ୍ବନ୍ଧିତ ଖବର ଭକ୍ତ ଦାସଙ୍କ ସହ ଫୋନରେ ଏବଂ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ

 

ସମ୍ବନ୍ଧିତ ଖବର ଭିନ୍ନ ସ୍ଥାନ ଭିନ୍ନ ହୋଲି

Tags: