ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ସହାୟତା ରାଶିର ୪ର୍ଥ କିସ୍ତି
ଭୁବନେଶ୍ୱର : ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ମିଳିବ ସୁଭଦ୍ରା ସହାୟତା ରାଶି । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ୪ର୍ଥ କିସ୍ତିର ୫ ହଜାର ଟଙ୍କା । ପାଖାପାଖି ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ମୋଟ ୫ ହଜାର କୋଟି ଟଙ୍କା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନେ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ସହାୟତା ରାଶି ପାଇଛନ୍ତି । ସୁଭଦ୍ରା ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି।
୨୦୨୬ ଜାନୁଆରୀ ୨୨ରେ ନୂତନ ହିତାଧିକାରୀ ଓ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ୪ଲକ୍ଷ ୫୭ ହଜାର ୬୮୧ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ନୂଆ ପଞ୍ଜୀକରଣ କରିଥିବା ୧ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିଲା। ତୃତୀୟ କିସ୍ତି ପାଇଥିଲେ ବି ବୈଷୟିକ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଥିଲା।



