ଆସନ୍ତା କାଲି ଖୋଲିବ ହୀରାକୁଦର ୪ ଟି ଗେଟ

ଆସନ୍ତା କାଲି ଖୋଲିବ ହୀରାକୁଦର ୪ ଟି ଗେଟ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା କଲି ଖୋଲିବା ହୀରାକୁଦ ର ୪ଟି ଗେଟ । ପୂର୍ବାହ୍ନ ୧୧ଟା ବେଳେ ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । କ୍ରମଶଃ ଅଧିକ ଗେଟ୍ ଖୋଲି ୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ନିଷ୍କାସନ କରାଯିବ। ଏ ନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ବର୍ତ୍ତମାନ ହୀରାକୁଦରେ ୬୧୧.୨୩ ଫୁଟ ଜଳ ଅଛି । ଘଣ୍ଟାକୁ ଜଳ ଭଣ୍ଡାର ମଧ୍ୟକୁ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଯେହେତୁ ଜଳସ୍ତର ନିର୍ଦ୍ଧାରିତ ଉଚ୍ଚତା ୬୦୯ ଫୁଟ୍ ଅତିକ୍ରମ କରିସାରିଛି ତେଣୁ ଆସନ୍ତାକାଲି ଜଳ ଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ କରାଯିବ । ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବ ।

ମୁଣ୍ଡଳୀରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ମଙ୍ଗଳବାର ରାତିରେ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହା କ୍ରମଶଃ କମିବ । ତେଣୁ ତଳମୁଣ୍ଡରେ ବନ୍ୟାର ସମ୍ଭାବନା ନାହିଁ ।

ସେପଟେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସମ୍ବଲପୁର ହୀରାକୁଦରେ ବସିଛି ବଡ଼ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଫ୍ଲଡ୍ କ୍ରାଇସେସ୍ ମ୍ୟାନେଜମେଣ୍ଟ ଟିମ୍‌ର ବୈଠକ ଚାଲିଛି । ବୈଠକରେ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ବରିଷ୍ଠ ଯନ୍ତ୍ରୀ ଯୋଗ ଦେଇଛନ୍ତି । ମୌସୁମୀ ବେଳେ ବନ୍ଧର ପରିଚାଳନା କିପରି ଠିକ୍ ଭାବେ କରାଯିବ ସେ ନେଇ ଆଲୋଚନା ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

 

Tags: