ଜଗା ଦର୍ଶନ ହେଲା ଶେଷ ଦର୍ଶନ - ୧ମୃତ , ୮ଆହତ

ଜଗା ଦର୍ଶନ ହେଲା ଶେଷ ଦର୍ଶନ - ୧ମୃତ , ୮ଆହତ
Samaya Live News Picture
Published On

ଭଦ୍ରକ : ଜଗା ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରୁଥିବାବେଳେ ଘଟିଲା ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ପରିବାର ର ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ବୋଲେରୋ ସହ ଟ୍ରକ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା  । ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଞ୍ଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପୁରୀ ଯାଇଥିଲେ । ପୁରୀରେ ଜଗା ଦର୍ଶନ ସାରି ଫେରୁଥିବା ବେଳେ ବଲେରୋ ଡ୍ରାଇଭରଙ୍କର ଆଖିଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛରେ ଗାଡିଟି ଧକ୍କା ହୋଇଥିଲା । ଫଳରେ ଗାଡ଼ିର ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦମକଳ ବାହିନୀ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

 

Tags: