ଏପ୍ରିଲ୍ ୧୬ରୁ ରାଜ୍ୟରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା
ଭୁବନେଶ୍ୱର : ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ୩୦ ଦିନ ଧରି ଚାଲିବ ଜନଗଣନା । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହାପରେ ପୁଣି ୨୦୨୭ ମସିହା ଫେବ୍ରୁଆରି ମାସରୁ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ।
ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର।
ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରୀ ଟେଷ୍ଟ ସରିଛି । ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବାକୁ ଥିବା ବେଳେ ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ । ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସୋହନ ଦିଆଯିବ । ଏପ୍ରିଲରୁ ୧୬ରୁ ମେ ୧୫ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ। ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ ବୋଲି ସୂଚନା ମିଳିଛି ।



