ବାପା ରଚିଥିଲା ପୁଅ ଅପହରଣ ନାଟକ

ବାପା ରଚିଥିଲା ପୁଅ ଅପହରଣ ନାଟକ
Samaya Live News Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ନିରାକାରପୁର ରେଳ ଷ୍ଟେସନରୁ ଶିଶୁ ପୁତ୍ର ଚୋରି ଘଟଣାର ଟ୍ବିଷ୍ଟ । ନିଜେ ଅଭିଯୋଗକାରୀ ବାପା ହିଁ ଅଭିଯୁକ୍ତ । ଘଟଣାକୁ ୨୪ଘଣ୍ଟା ନପୂରୁଣୁ କାହାଣୀର ପର୍ଦ୍ଦାଫାଶ କରିଛି ନିରାକାରପୁର GRP। ଅପହୃତ ତଥା ଚୋରି ଶିଶୁ ପୁତ୍ରକୁ କଳାମାଟିଆରୁ ଉଦ୍ଧାର କରିଛି ନିରାକାରପୁର ରେଳବାଇ ପୋଲିସ । ଶିଶୁ ପୁତ୍ରର ବାପା ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ,ଶାଳୀକୁ ଦ୍ୱିତୀୟ ବିବାହ କରିଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ପିଲାକୁ ଚୋରି କରି କଳାମାଟିଆରେ ଥିବା ପ୍ରଥମ ପତ୍ନୀକୁ ଦେଇଥିଲା । 

ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ର ୩ ନମ୍ବର ପ୍ଲାଟଫର୍ମରୁ ଦମ୍ପତିଙ୍କ କୋଳରୁ ୪ ମାସର ଶିଶୁପୁତ୍ର ଚୋରି ହୋଇଥିଲା । ଏନେଇ ବୁଧବାର ସକାଳେ ନିରାକାରପୁର ରେଳବାଇ ଫାଣ୍ଡିରେ ଅଭିଯୋଗ କରିଥିଲେ ପ୍ରଶାନ୍ତ କୁମାର ପ୍ରଧାନ ଓ ତାଙ୍କର ପତ୍ନୀ । ତେବେ ଏହି ଘଟଣାରେ ତନାଘନା ପରେ ନିରାକାରପୁର GRP ଘଟଣାର ପର୍ଦ୍ଦାଫାସ କରିଛି ।  ପୋଲିସ ସହାୟତାରେ ଶିଶୁ ପୁତ୍ରକୁ ନିଜ ଗାଁ ରଣପୁର ଥାନା କଳାମାଟିଆରୁ ଉଦ୍ଧାର ହୋଇଛି ।  ପ୍ରଶାନ୍ତକୁ GRP ଅଟକ ରଖି ଅଧିକ ତଦନ୍ତ କରୁଛି । ତେବେ ପାରିବାରିକ କଳହ ଯୋଗୁଁ ପ୍ରଶାନ୍ତ ପ୍ରଧାନ ଶିଶୁ ଚୋରି ନାଟକ ରଚିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି ।

 

Tags: