ଶୀତରେ ଥରୁଛି ସାରା ରାଜ୍ୟ,୧୦ ଡିଗ୍ରୀ ତଳେ ୧୬ ସହର

ଶୀତରେ ଥରୁଛି ସାରା ରାଜ୍ୟ,୧୦ ଡିଗ୍ରୀ ତଳେ ୧୬ ସହର
Samaya Live News Picture
Published On

ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଶୀତର ପ୍ରକୋପ । ହାଡ଼ ଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ୨ ଦିନ ଧରି ପାଗ ସାମାନ୍ୟ କୋହଲା ଥିବାବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।  ଗତକାଲି ସୁଦ୍ଧା ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ସେମିଳିଗୁଡ଼ାରେ ସର୍ବନିମ୍ନ ୩.୫ ରହିଥିବା ବେଳେ ଜି. ଉଦୟଗିରି ୪, ଫୁଲବାଣୀ ୫.୨ ଡିଗ୍ରୀ, ଚିପିଲିମା ୬.୧, ରାଉରକେଲା ୬.୬, ଝାରସୁଗୁଡ଼ା ୬.୮ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଦାରିଙ୍ଗବାଡ଼ି ୭, ଭବାନୀପାଟଣା ଓ ଅନୁଗୋଳ ୮, କିରେଇ ୮.୧ ଡିଗ୍ରୀ, ନବରଙ୍ଗପୁର ୮.୬, କୋରାପୁଟ ଓ ବଲାଙ୍ଗୀର ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ ୯.୬, ସୋନପୁର ତାପମାତ୍ରା ୧୦ ଡିଗ୍ରୀ ରହିଛି। 

ସେପଟେ ଫୁଲବାଣୀର ତାପମାତ୍ରା ୫ ଡିଗ୍ରୀକୁ ଖସିଥିବାବେଳେ ସାର୍ତ୍ତାଗୁଡା ଗାଁରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି।

 

Tags: