ନିୟନ୍ତ୍ରଣରେ ଅଛି ଦୋକନ୍ଦା ଜଣ୍ଡିସ ସ୍ଥିତି
By: Samaya Live News
ଭୁବନେଶ୍ୱର : ନୂଆ ଦୋକନ୍ଦା ରେ ମେଡିକାଲ ଟିମ । ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ । ସାମ୍ନାକୁ ଆସିଲା ନୂଆ ଦୋକନ୍ଦା ଗାଁରେ ଜଣ୍ଡିସ ବ୍ୟାପିବାର କାରଣ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ଜଣ୍ଡିସ ଆୟତ୍ତରେ ଅଛି । ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । 'ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି । ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ବନ୍ଧିତ ଖବର ଏସ୍ମା କୁ ନାହିଁ ଖାତିର, ଜିଦ ରେ ଓମ୍ସା
Tags:



