ଜୟଙ୍କ ମଥାରେ ବିଜୟ ମୁକୁଟ
ନୂଆପଡା : ନୂଆପଡା ରୁ ଆସିଛି ଜନାଦେଶ । ଅପ୍ରତିଦ୍ବନ୍ଦି ଭାବରେ ବିଶାଳ ବିଜୟ ହାସଲ କରିଛନ୍ତି ଜୟ ଢୋଲକିଆ । ନୂଆପଡା ବିଜେଡି ଗଡରେ ଫୁଟିଛି ପଦ୍ମ । କେବଳ ଆନୁଷ୍ଠାନିକ ଭବରେ ଘୋଷଣା ବାକି ରହିଛି । ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଭୋଟ ବ୍ୟବଧାନରେ ଆଗୁଆ ରହି ବିଜୟୀ ମୁକୁଟ ପିନ୍ଧିଛନ୍ତି । ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ପ୍ରତି ରାଉଣ୍ଡରେ ବିପୁଳ ଭୋଟ ବ୍ୟବଧାନରେ ଆଗୁଆ ରହି ବୃହତ ବିଜୟ ହାସଲ କରିଛନ୍ତି ଜୟ ।
ନୂଆପଡ଼ା ରେକର୍ଡ଼ ବିଜୟ ରାଜ୍ୟରେ ଦେଢ଼ ବର୍ଷର ବିଜେପି ସରକାରର ସ୍ଥିତିକୁ ବେଶ ମଜଭୁତ କରିବ। ଏହା ସହ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ତୃଣମୂଳ ସ୍ତରରେ ସଫଳତା ପହଁଚିବାର ବାର୍ତ୍ତା ସାରା ରାଜ୍ୟକୁ ଯିବ।
Tags:




