ଆଜି ଅପରାହ୍ଣ ସାଢେ ୪ଟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସାରା ଦେଶରେ ଏବେ ଖେଳି ଗଲାଣି କରୋନା ଆତଙ୍କ I କେନ୍ଦ୍ର ସହିତ ସମସ୍ତ ରାଜ୍ୟଗୁଡ଼ିକରେ କରୋନା କରୋନା ସତର୍କତା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି I ଓଡ଼ିଶାରେ ମଧ୍ୟ କୋଭିଡ୍ ସ୍ଥିତିନେଇ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି I ଏ ସଂକ୍ରାନ୍ତରେ ଆଜି ଅପରାହ୍ଣ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ […]
ଭୁବନେଶ୍ୱର : ସାରା ଦେଶରେ ଏବେ ଖେଳି ଗଲାଣି କରୋନା ଆତଙ୍କ I କେନ୍ଦ୍ର ସହିତ ସମସ୍ତ ରାଜ୍ୟଗୁଡ଼ିକରେ କରୋନା କରୋନା ସତର୍କତା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି I ଓଡ଼ିଶାରେ ମଧ୍ୟ କୋଭିଡ୍ ସ୍ଥିତିନେଇ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି I ଏ ସଂକ୍ରାନ୍ତରେ ଆଜି ଅପରାହ୍ଣ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ I ସର୍ଭେଲାନ୍ସକୁ ଜୋରଦାର କରିବା, ଅକ୍ସିଜେନ୍ ଓ ହସ୍ପିଟାଲ ଶଯ୍ୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଜିନମ୍ ସିକ୍ୱେନ୍ସିଂ ବଢାଇବା ଉପରେ ମଧ୍ୟ ଆଲୋଚନା ହୋଇପାରେ । ଚୀନ୍ ରେ ନୂଆ କୋଭିଡ୍ ଭାରିଆଂଟ ପାଇଁ ସ୍ଥିତି ଭୟଙ୍କର ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଫୋକସ୍ ଦିଆଯିବ । ଏହା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇପାରେ ବୋଲି ସୂଚନା ମିଳିଛି ।




