ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

କଟକ : ଆଜି ପବିତ୍ର ଅକ୍ଷୟ ତୃତୀୟା । କଟକ ବିଦ୍ୟାଧରପୁର CRRIରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ହଳ ଲଙ୍ଗଳ ସହିତ ମୁଣ୍ଡରେ ଠେକା ବାନ୍ଧି କ୍ଷେତରେ ବିହନ ବୁଣିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କ୍ଷେତରେ ଇଷ୍ଟଦେବଙ୍କୁ ପୂଜାକରି ଅକ୍ଷିମୁଠି ଅନୁକୂଳ କରିଛନ୍ତି ଚାଷୀଭାଇ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟା ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ। 

ଆଜି କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା CRRIରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଆଉ କିଛି ସମୟ ପରେ ଚାଷୀ ଭାଇ ମାନଙ୍କୁ ସିଏମ କିଷାନ ରାଶି ସହାୟତା ପ୍ରଦାନ କରିବେ ।  ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ଏଥି ସହିତ  ମୁଖ୍ୟମନ୍ତ୍ରୀ ‘କୃଷି ରଥ’ ଏବଂ ‘ସିଡ୍ସ ଅନ ହ୍ବିଲ୍ସ’ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Tags: