ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମକର ସଂକ୍ରାନ୍ତି । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଆଜି ଦିନ ପରଠାରୁ ଡିରେ ଧୀରେ ତେଜ ହେବ ସୂର୍ଯ୍ୟଙ୍କ କିରଣ । ଏହି ମକର ସଂକ୍ରାନ୍ତି ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଜିଲା ପାଟଣା ରାଜନଗରରେ ମକର ବୁଡ଼ ପକାଇଛନ୍ତି। ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ । ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ବୁଡ଼ ପକାଇଛନ୍ତି। ଏଥିପାଇଁ ଶବ୍ୟା କାବେରୀ ଘାଟରେ ବ୍ୟାରିକେଡ଼ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ମଧ୍ୟ ଉପସ୍ଥିତ ରହିଥିଲେ ।  ମକର ପର୍ବ ଅବସରରେ ବୈତରଣୀ ନଦୀ କେଶରୀ କୁଣ୍ଡରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ ସହ ପାପ କ୍ଷୟ ହେବାର ବିଶ୍ୱାସ ରହିଛି । 

ସମ୍ବନ୍ଧିତ ଖବର ୮ଟି ବିଭାଗର ୧୧ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଅନ୍ୟପଟେ,କୃଷିଭିତ୍ତିକ ଗଣପର୍ବ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ କେନ୍ଦୁଝର ଚମ୍ପୁଆ ବ୍ଲକର କେଶରୀ କୁଣ୍ଡ । କେଶରୀ କୁଣ୍ଡ ରେ ଆଜି ମକର ବୁଡ ଦେବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ବୈତରଣୀ ନଦୀ ସହିତ ନଦୀ ପଠାରେ ପଥର ଚଟାଣରେ ଥିବା କୁଣ୍ଡରେ ବୁଡ଼ ପକାଇ ନୂତନ ବସ୍ତ୍ର ପରିଧାନ କରି ପିଠା ପଣା ଖାଇ ମକର ପର୍ବ ପାଳିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।

ସମ୍ବନ୍ଧିତ ଖବର ଏପ୍ରିଲ ଯାଏଁ କୋହଳ ହେଲା ପିୟୁସିସି ଯାଞ୍ଚ

 

ସମ୍ବନ୍ଧିତ ଖବର PUCC କୁ ନେଇ ହାଇକୋର୍ଟଙ୍କ ନୋଟିସ

 

Tags: