ପର୍ଯ୍ୟାୟ କ୍ରମେ ହେବ ରତ୍ନଭଣ୍ଡାର ଗଣତି ମଣତି,୫ଟି ବିଷୟରେ ଉପରେ ଗୁରୁତ୍ତ୍ଵ

ପର୍ଯ୍ୟାୟ କ୍ରମେ ହେବ ରତ୍ନଭଣ୍ଡାର ଗଣତି ମଣତି,୫ଟି ବିଷୟରେ ଉପରେ ଗୁରୁତ୍ତ୍ଵ

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀଜିଉଙ୍କର ତ୍ରୁଟିଶୂନ୍ୟ ଗଣତି ମଣତି ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସହିତ ୫ଟି ବିଷୟ ଉପରେ ଗୁରୁତ୍ତ୍ଵ ଦିଆଯାଇଥିଲା । 

Read More ବାପାଙ୍କ ଦଶାହ ଦିନ ପୁଅଙ୍କ ମୃତ୍ୟୁ

ପର୍ଯ୍ୟାୟ କ୍ରମେ ହେବ ଶ୍ରୀଜିଉଙ୍କର ରତ୍ନଭଣ୍ଡାର ଗଣତି ମଣତି । କୌଣସି ସମୟସୀମା ନୁହେଁ ତ୍ରୁଟିଶୂନ୍ୟ ଗଣତି ମଣତି ଲକ୍ଷ । ଯେଉଁ ସମୟରେ ଶ୍ରୀମନ୍ଦିର ନୀତିକାନ୍ତି ଅଧିକ ନଥିବ ସେହି ସମୟରେ ହେବ ଗଣତି ମଣତି । ଏନେଇ ଆଉ ଏକ ଏସୋପି ଆସିବ । ନୀତିରେ ବାଧା ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ତ୍ଵ ଦିଆଯିବ । ବୈଠକରେ ଶ୍ରୀଜିଉଙ୍କର ଆଉ ଏକ ଅଳଙ୍କାର ସେଟ ତିଆରି ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଶ୍ରଦ୍ଧାଳୁ ଚାହିଁଲେ ଶ୍ରୀଜିଉଙ୍କୁ ଦାନ କରିପାରିବେ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । 

Read More ୬ ମାସରେ ସମାଧାନ ହେବ ରାଜସ୍ଵ ବିଭାଗର ସବୁ ମାମଲା - ରାଜସ୍ବ ମନ୍ତ୍ରୀ

Tags: