୩ ଓ ୪ ତାରିଖରେ ହେବ ସିବିଟି ପରୀକ୍ଷା

୩ ଓ ୪ ତାରିଖରେ ହେବ ସିବିଟି ପରୀକ୍ଷା
Samaya Live News Picture
Published On

ଭୁବନେଶ୍ଵର : ଓଡ଼ିଶା ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (SSB) ପକ୍ଷରୁ ସ୍ଥଗିତ ହୋଇଥିବା ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ନିଯୁକ୍ତି CBT ପରୀକ୍ଷା ଆସନ୍ତା ଡିସେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ ହେବ । ବାତ୍ୟା ‘AKVAN’ର ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୨୧ ଓ ୨୩ ତାରିଖରେ State Selection Board (SSB) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଉକ୍ତ ପରୀକ୍ଷାକୁ (CBT Examination) ଅନୁଷ୍ଠିତ କରିବା ପାଇଁ ଆଜି SSB ପକ୍ଷରୁ ନୂତନ ତାରିଖ ପ୍ରକାଶିତ ହୋଇଛି । ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ନଭେମ୍ବର ୨୧ ଓ ୨୩ ତାରିଖ ପରିବର୍ତ୍ତେ ଡିସେମ୍ବର ୩ ଓ ୪ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହେବ ।

ଏଥିସହ ପୂର୍ବରୁ SSB ପକ୍ଷରୁ ନିର୍ଦ୍ଧାରିତ ଥିବା ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖ ଦିନ ମଧ୍ୟ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ ଘଟିକା ଠାରୁ SSB ୱେବ୍ସାଇଟକୁ ଯାଇ ପରୀକ୍ଷା ପାଇଁ ନିଜର ଆଡ଼ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ, ଏନେଇ SSB ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Tags: