ରାଜଧାନୀ ହେବ ବସ୍ତି ଶୂନ୍ୟ,ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର

ରାଜଧାନୀ ହେବ ବସ୍ତି ଶୂନ୍ୟ,ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର

ଭୁବନେଶ୍ୱର : ବସ୍ତିଶୂନ୍ୟ ହେବ ରାଜଧାନୀ I ବଦଳିବ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ । ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର । ପ୍ରାଥମିକ ଭାବେ ଏହି ଘର ବସ୍ତିବାସିନ୍ଦାଙ୍କୁ ଦିଆଯିବ । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି । ବାକି ଘର ପାଇଁ ମଧ୍ୟ ଡିଜାଇନ ପ୍ରସ୍ତୁତ ହୋଇଛି | ଏଣିକି ଆଉ ଜାଗା ନୁହେଁ,  ସରକାର ଏଣିକି ଲୋ-କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ । ରାଜଧାନୀକୁ ବସ୍ତି ଶୂନ୍ୟ କରିବାକୁ ସରକାର ଏହିପରି ଭାବେ ବଡ଼ ଯୋଜନା କରିଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Read More ସ୍ମୃତିରେ ହ୍ୟୁମାନ

ସେ କହିଛନ୍ତି ବସ୍ତି ଉଚ୍ଛେଦ ବେଳେ ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି। ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବସ୍ତି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି  । 

Read More ପ୍ରେସ୍‌ ଦିବସର ଅନୁଚିନ୍ତା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜଧାନୀରେ ୧୪ ରୁ ୫୦ ଲକ୍ଷ ଟଙ୍କାରେ ଯୋଗାଇ ଦିଆଯିବ ଘର । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି । ଏହି ଘରଗୁଡ଼ିକ ଟୁ ବିଏଚକେ  ରହିଛି । ଏ ପ୍ରୋଜେକ୍ଟ କେତେ ଫଳପ୍ରଦ ହେବ ସେ ଅନୁଯାୟୀ ପରେ ଏହାର କାୟା ବିସ୍ତାର କରାଯିବ । 

Read More ଆଜି ଜୟ ଢୋଲକିଆଙ୍କ ଶପଥ ଗ୍ରହଣ

ଅନ୍ୟପଟେ,ଆଜି ୩ୟ ଦିନରେ ମଧ୍ୟ ସାଲିଆସାହିରେ ବସ୍ତି ଉଚ୍ଛେଦ ଚାଲିଛି I ସହରର ସର୍ବବୃହତ ବସ୍ତି, ସାଲିଆ ସାହିର ଅନେକ ବାସିନ୍ଦା ସ୍ଥାନାନ୍ତରକୁ ବିରୋଧ କରିଛନ୍ତି I ଉଚ୍ଛେଦକୁ ବେଆଇନ ଏବଂ ମାନବାଧିକାରର ଉଲ୍ଲଂଘନ ବୋଲି କହି ତୀବ୍ର ବିରୋଧ କରିଛନ୍ତି ।ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଦ୍ୱାରା ପ୍ରଦାନ କରାଯାଇଥିବା ଟ୍ରାଞ୍ଜିଟ୍ ଘରଗୁଡ଼ିକ ଅତ୍ୟନ୍ତ ଛୋଟ ବୋଲି କହିଛନ୍ତି ବସ୍ତି ବାସିନ୍ଦା ।

Tags: