ଆସୁଛି ଓଡ଼ିଆ ପର୍ଯ୍ୟଟକ ଙ୍କ ମୃତଦେହ ,ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ
ଭୁବନେଶ୍ବର:ମଧ୍ୟପ୍ରଦେଶ ଅଘଟଣ। ସ୍ବତନ୍ତ୍ର ଆମ୍ବୁଲାନସ ଯୋଗେ ଆସୁଛି ୭ ଓଡ଼ିଆଙ୍କ ପାର୍ଥିବ ଶରୀର । ମଧ୍ୟପ୍ରଦେଶ ନାଲଖେଡାରୁ ମା ବଗଳାମୁଖୀଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଉଛୁଳା ନଳାରେ ଭାସି ଯାଇଥିଲା ଓଡ଼ିଆ ପର୍ଯ୍ୟଟକଙ୍କ କାର । ସମସ୍ତ ମୃତକ ଜୟଦେବ ବିହାର ଅଞ୍ଚଳରେ ଥିବା ହୋଟେଲ ମାଲିକ ବନମାଳୀ ବେହେରାଙ୍କ ପରିବାର ସଦସ୍ୟ । ଦୁର୍ଘଟଣାରେ ପରିବାର ଛାରଖାର ହୋଇଯାଇଛି ।
ମୃତଦେହ ଆସୁଥିବା ୩ଟି ଆମ୍ବୁଲାନ୍ସ ଓଡ଼ିଶା ସୀମା ରେ ପ୍ରବେଶ କରିଛି । ଆମ୍ବୁଲାନ୍ସକୁ ଜଣେ ଏସ୍କର୍ଟ ଅଫିସର ଓ ପୋଲିସ ରହିଛନ୍ତି । ପ୍ରାୟ ରାତି ୧୦ ଟାରେ ଭୁବନେଶ୍ୱର ଜୟଦେବ ବିହାରକୁ ଆସିବ । ସେଠାରୁ ପରିବାରବର୍ଗଙ୍କ ଇଚ୍ଛା ଅନୁଯାୟୀ ରାଜ୍ୟ ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ପାଇଁ ଆୟୋଜନ କରାଯାଇଛି । ଏହି ଦୁଃଖଦ ଘଟଣାକୁ ନେଇ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ବାତାବରଣ ରହିଛି । ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର ଏବଂ ଶେଷକୃତ୍ୟ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ କରାଯାଉଛି ।
Tags:




