ରାଜ୍ୟରେ ୨୦୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ

ରାଜ୍ୟରେ ୨୦୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ନବମ ଦିନ ପ୍ରଶ୍ନକାଳରେ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସ୍ଥିତି ନେଇ ଗୃହରେ ତଥ୍ୟ ଉପସ୍ଥାପନ ହୋଇଛି । ଭଡା ଘରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ରାଜ୍ୟରେ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବା କଥା ସ୍ୱୀକାର କରିଛନ୍ତି ସରକାର । ଗୃହରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବାସ୍ତବ ଚିତ୍ର ଉପସ୍ଥାପନ କରିଛନ୍ତି ।

Read More ଫେବ୍ରୁଆରି ୧୮ରୁ ଆରମ୍ଭ +୨ ପରୀକ୍ଷା

ରାଜ୍ୟରେ ମୋଟ ୭୪୨୨୪ଟି ଅଙ୍ଗନଓ୍ୱାଡି କେନ୍ଦ୍ର ଅଛି । ସେଥିମଧ୍ୟରୁ ୨୦୧୫୦ଟି ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଥିବା ବେଳେ, ୧୦,୪୬୯ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ରରେ ଏବଂ ୪,୫୭୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ପରିସରରେ ଚାଲୁଛି ।

Read More ପଞ୍ଚସଫ୍ଟ ଓ ସିଲିକନ୍ କଳା ତାଲିକା ଭୁକ୍ତ

ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଗୃହହୀନ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି । ବିଶେଷକରି ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ୫୦ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତ୍ୟେକ କେନ୍ଦ୍ର ପାଇଁ ୧୨ ଲକ୍ଷ ଟଙ୍କା ହିସାବରେ ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଗୋଟିଏ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମତୀ ପରିଡ଼ା ଗୃହକୁ ଅବଗତ କରାଇଛନ୍ତି ।

Read More 'ରାଜ ଭବନ' ନାଁ ବଦଳି ହେଲା 'ଲୋକ ଭବନ'

ସେହିପରି 'AWSOME ' ଆପ ଦ୍ବାରା ଅଙ୍ଗନଓ୍ୱାଡି କେନ୍ଦ୍ରର ତଦାରଖ କରାଯିବ । ଜିଓ ଟାଗ୍‌ ଫଟୋ ସେଥିରେ ଅପଲୋଡ୍‌ ହେଉଛି । କେଉଁ କେନ୍ଦ୍ରରେ କିପରି କାର୍ଯ୍ୟ ହେଉଛି । ଏହି ଆପ୍‌ ଦ୍ୱାରା ତଦାରଖ କରାଯିବ  । ଏହାସହିତ ଅଙ୍ଗନଓ୍ୱାଡ଼ି ପାଖେ ଘର, ବିଜୁଳି ଏବଂ ପାଣିର ବ୍ୟବସ୍ଥା ଥିବା ତାକୁ ବି ‘ସକ୍ଷମ ଅଙ୍ଗନଓ୍ୱାଡି କରାଯାଇପାରିବ । ୧୨୧୪୦ ସକ୍ଷମ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପରିଣତି କରିବାକୁ ପ୍ରସ୍ତାବ ଦିଆଯାଇଛି । ସକ୍ଷମ ଅଙ୍ଗନବାଡ଼ିରେ  Led ଟିଭି ପାଇଁ ୨୫ ହଜାର, RO ପାଇଁ ୧୦ ହଜାର, ପୋଷଣ ପାଇଁ ୧୦ ହଜାର, ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ୩୯ ହଜାର , ମୋଟ ୮୪ ହଜାର ଟଙ୍କା ଯୋଗାଇ ଦିଆଯାଉଛି ।

Tags: